ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଆଇନଗତ ସମାଧାନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ସୌଜନ୍ୟରୁ ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଆଇନଗତ ସମାଧାନ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଇ. ବିଘ୍ନେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରି ବ୍ୟାଙ୍କ,ପୋଷ୍ଟ ଅଫିସ,ଜଳ ଓ ପରିମଳ,ବିଦୁ୍ୟତ,ଚିକିସôାଳୟ,ବିଦ୍ୟାଳୟ, ମହାବିଦ୍ୟାଳୟ,ବସ,ରେଳ,ଉଡାଜାହାଜ ଇତ୍ୟାଦି ସମସ୍ୟା ସମାଧାନ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗଦେଇ ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଭିନ୍ନ କାର୍ଯ୍ୟାବଳୀ ବର୍ଣ୍ଣନା କରି ପ୍ରବାସୀ ଶ୍ରମିକ,ନିର୍ମାଣ ଶ୍ରମିକ,ଅଣପଞ୍ଜିକୃତ ଶ୍ରମିକମାନଙ୍କୁ କିଭଳି ଆଇନ ସହାୟତା ପ୍ରଦାନ କରାଯାଉଛି ତାହାକୁ ବିସ୍ତୁତ ଭାବେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ଯୋଗଦେଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସଂଗେ ସଂଗେ ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ଆଲୋକପାତ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପ୍ରାଧିକରଣ ଦ୍ୱାରା ଲୋକମାନେ କିଭଳି ଆଇନ ସହାୟତା ପାଇ ପାରୁଛନ୍ତି ତାହା ବର୍ଣ୍ଣନା କରିଥିଲେ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରିଣୀ ରୀତାଞ୍ଜଳୀ ମାର୍ଡି ଯୋଗଦେଇ ଦାଦନ ଓ ପ୍ରବାସୀ ଶ୍ରମିକମାନେ ବାହାର ସ୍ଥାନକୁ ଯିବା ପୂର୍ବରୁ ସରକାରୀ ସ୍ତରରେ ଯେଉଁ ନୀତି ନିୟମ ଗୁଡିକ ପାଳନ କରିବା,ପଞ୍ଜିକୃତ କରିବା ନିତ୍ୟାନ୍ତ ଅପରିହାର୍ଯ୍ୟ,ପ୍ରବାସୀ ଶ୍ରମିକ ଦୁଇ ପ୍ରକାର ବାଧ୍ୟ ବାଧକତାରେ କାମ କରିବାକୁ ଯିବା,ସ୍ୱଇଚ୍ଛାରେ ଯିବା,ଶିଶୁ ଶ୍ରମିକ ପ୍ରଥାର ବିଲୋପ ପାଇଁ ସରକାରୀ ଯୋଜନା,ଶ୍ରମ ଦଲାଲ ମାନଙ୍କ ପାଇଁ ଆଇନଗତ ଦିଗ ଉପରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ରାଇସୁଆଁ ଗ୍ରାମ ପଂଚାୟତର ସରପଂଚ ଅନନ୍ତ ଚରଣ ଦେହୁରୀ ଗ୍ରାମ ପଂଚାୟତରେ ବିଭିନ୍ନ ସରକାରୀ ଯୋଜନା ଉପରେ ଉଲ୍ଲେଖ କରି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବିଭିନ୍ନ ଅଂଚଳରୁ ଆସିଥିବା ପଞ୍ଜିକୃତ ଶ୍ରମିକ,ଦାଦନ,ପ୍ରବାସୀ ଶ୍ରମିକ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଉପରୋକ୍ତ ବିଷୟ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ତାର ସନ୍ତୋଷଜନକ ଉତ୍ତର ପାଇ ପାରିଥିଲେ । ପରିଶେଷରେ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକୃତ ମାନପତ୍ର ଅତିଥିମାନେ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଂଚାୟତର କର୍ମକର୍ତ୍ତା ଓ ପ୍ରାଧିକରଣର କର୍ମୀ ମାନେ ଉପସ୍ଥିତ ରହି ଶିବିର ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ