’ଆସ ବହିଟିଏ କିଣିବା ଅଭିଯାନ’ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ହେଉଛି ଓଡ଼ିଆ ପକ୍ଷ ୨୦୨୬ ର ନବମ ଦିନ । ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ଆସ ବହିଟିଏ କିଣିବା ଅଭିଯାନ” ଅନୁଷ୍ଠିତ ହୋଇଛି । ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ପୁସ୍ତକ ଷ୍ଟଲ କୁ ଉନ୍ମୋଚନ କରିଥିଲେ । ଏହି ସମୟର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର, ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର ଡ଼ା. ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବାଲେଶ୍ୱର ଜିଲ୍ଳା ପ୍ରଶାସନର ଅନେକ ପଦାଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ପୁସ୍ତକ କ୍ରୟ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପୁସ୍ତକ ପ୍ରେମୀ ମାନେ ମଧ୍ୟ ପୁସ୍ତକ ଷ୍ଟଲ ଆଡ଼କୁ ଛୁଟି ଆସିଥିଲେ ଏବଂ ଖୁବ୍ ଉତ୍ସାହ ସହିତ ବିଭିନ୍ନ ପ୍ରକାରର ପୁସ୍ତକ କ୍ରୟ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ