ପିଏମଶ୍ରୀ ଏମ ପି ସି ହାଇସ୍କୁଲରେ ଆସ ସ୍କୁଲ ଯିବା ଅଭିଯାନ
ବେତନଟୀ(ଓ୍ବାଇଏନଏସ) : ବେତନଟୀ ପିଏମଶ୍ରୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅର୍ଜୁନ ସିଂ ଙ୍କ ଅଧ୍ୟକ୍ଷ ତାରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ନିରୀକ୍ଷକ ଭାବେ ବେତନଟୀ ବ୍ଲକ ର ଶିକ୍ଷା ଅଧିକାରୀ ବିପ୍ଳବ କର ଯୋଗ ଦେଇଥିଲେ। ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ଗଣ ମଞ୍ଚାସିନ ଥିଲେ। ଅଧାରୁ ପାଠ ଛାଡିଥିବା, ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷା ର ମୁଖ୍ୟ ଶ୍ରତରେ ସାମିଲ କରିବା ପାଇଁ ଆଜିର ଏହି ବୈଠକ ରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା। ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଅଭିଭାବିକା ଓ ଶିକ୍ଷାର୍ଥୀ ମାନଙ୍କ ର ଦାୟିତ୍ୱ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା ହୋଇଥିଲା। ଏବଂ ସମସ୍ତେ ଶିକ୍ଷା ର ଉପାଦେୟତା କୁ ସଚେତନ ହୋଇ ନିଜ ନିଜର ଦାୟିତ୍ୱ ସମ୍ପାଦନ କଲେ ସରକାରଙ୍କ ତରଫରୁ ନିଆ ଯାଇଥିବା ପଦକ୍ଷେପ ଫଳପ୍ରଦ ହୋଇପାରିବ ବୋଲି ସମସ୍ତେ ଅଭିମତ ରଖିଥିଲେ। ଏବଂ ଶେଷରେ ବିଦ୍ୟାଳୟ ସହିତ ଜଡିତ ଥିବା ଗୋଷ୍ଠୀ ଅଭିଭାବକ ପିତାମାତା ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାର୍ଥୀ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଆସ ସ୍କୁଲ ଯିବା ଅଭିଯାନ ର ପଦଯାତ୍ରା କରାଯାଇ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଣ ଶିକ୍ଷା କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅତିଥିଗଣ ଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।