କାଠସାଙ୍ଗରା ଠାରେ ମିଳିତ ଚଢ଼ାଉ
ବାଲେଶ୍ୱର, (ଓ୍ବାଇଏନଏସ):ରେମୁଣା ତହସିଲ ଅଧୀନସ୍ଥ କାଠସାଙ୍ଗରା ଠାରେ ଅବୈଧ ବାଲୁ ଖନନ ଓ ପରିବହନ ରୋକିବା ପାଇଁ ଆଜି ଏକ ମିଳିତ ଚଢ଼ାଉ ହୋଇଥିଲା। ରେମୁଣା ତହସିଲଦାର ଶ୍ରୀ ଭର୍ତୁହରି ଭୂୟାଁ ,ବାଲେଶ୍ୱର ଖଣି ଅଧିକାରୀ ଙ୍କ ନେତୃତ୍ୱରେ ଏ ପି ଆର୍ ଫୋର୍ସ ଓ ରେମୁଣା ପୋଲିସ୍ କର୍ମଚାରୀ ଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଅଭିଯାନ ସମୟରେ ଅବୈଧ ଭାବେ ବାଲୁ ଉତ୍ତୋଳନ ଓ ପରିବହନରେ ନିୟୋଜିତ ମୋଟ ୬ଟି ଯାନ (୫ଟି ହାଇୱା ଓ ୧ଟି ଟିପ୍ପର) ଏବଂ ୪ଟି ଏକ୍ସକାଭେଟର ଜବତ କରାଯାଇଛି। ଓଏମଏମସି ନିୟମାବଳୀ ଓ ଅନ୍ୟ ସମ୍ପର୍କିତ ଆଇନ ଅନୁସାରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ଅବୈଧ ଖନନ କାର୍ଯ୍ୟକଳାପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରତିବଦ୍ଧ ଅଟେ ଏବଂ ସାଧାରଣ ଲୋକଙ୍କୁ ପ୍ରାକୃତିକ ସମ୍ପଦ ସୁରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରୁଛି।


