ସାର ଗୋଦାମ ଓ ଦୋକାନ ଉପରେ ଚଢ଼ାଉ

ଛତ୍ରପୁର,(ଓ୍ବାଇଏନଏସ):  ସାରର ଅଭାବୀ ବିକ୍ରିର ଅଭିଯୋଗ ହେବା ପରେ  ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଗୋଷ୍ଠୀ କୃଷି ଅଧିକାରୀ  ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର  ନିହାର ରଞ୍ଜନ ଦାଶ, କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ଗ୍ରାମ୍ୟ କୃଷି କର୍ମଚାରୀ  ବୈରାଗୀ ସ୍ୱାଇଁ ବିଭିନ୍ନ ସାର ଦୋକାନ, ଗୋଦାମ ଗୃହ ଓ ସମବାୟ ସମିତି ଯାଇ ସମସ୍ତ ନଥିପତ୍ର, ଷ୍ଟକ ରେଜିଷ୍ଟର, ବିକ୍ରୟ ରେଜିଷ୍ଟର ତଦାରଖ କରିଥିଲେ l କୌଣସି ପରିସ୍ଥିତିରେ  ଚାଷୀଙ୍କୁ ଚଢା ଦରରେ ସାର ବିକ୍ରୟ ନ କରିବାକୁ ତାଗିଦ କରିଥିଲେ l ଯଦି କୌଣସି ସରକାରୀ ସ୍ୱୀକୃତି ପ୍ରାପ୍ତ ବିକ୍ରେତା ଚଢା ଦରରେ ସାର ବିକ୍ରୟ କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ଲାଇସେନ୍ସ ରଦ୍ଦ କରାଯିବା କଥା କହିଛନ୍ତି l ଆଜି ଛତ୍ରପୁର ବ୍ଲକ ର ୭ ଗୋଟି ସମବାୟ ସମିତିକୁ ୧୦୦  ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି l ଅନ୍ୟପକ୍ଷରେ ଜିଲ୍ଲା କୃଷି ବିଭାଗ ତରଫରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାର କଳାବଜାରୀ ରୋକିବାକୁ ପଦକ୍ଷେପ ନିଆଯାଉଛି । ସାର ଅଭାବ ଓ କଳାବଜାରୀ ରୋକିବାକୁ ଗତ ୫ ତାରିଖରେ ଆସିଥିବା ୧୮୦୦ ମେଟ୍ରିକ୍ ଟନ୍ ୟୁରିଆ ସାର କୁ ସମ୍ପୂର୍ଣ୍ଣ ରୂପେ ୨୨ ଗୋଟି ବ୍ଲକର ୧୨୬ ଗୋଟି ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକସ) ଜରିଆରେ ଚାଷୀ ମାନଙ୍କୁ ବିକ୍ରି କରିବାକୁ ନିଷ୍ପତି ନିଆଯାଇଛି । ଯଥାଶୀଘ୍ର  ପର୍ଯ୍ୟାପ୍ତ ପରିମାଣର ୟୁରିଆ ଆସି ପହଞ୍ଚିବା ନେଇ ବ୍ୟବସ୍ଥା କରାଯାଇଛି ଓ କୃଷି ବିଭାଗ ତରଫରୁ ସୂଚନା ମିଲଛି ଏବଂ ଉକ୍ତ ସାରକୁ ମଧ୍ୟ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକସ) ଜରିଆରେ ବିକ୍ରି କରିବା ନିମନ୍ତେ ପ୍ରଶାସନ ତରଫରୁ ପ୍ରୟାସ ଜାରି ରହିଛି । ତେଣୁ ଆଗାମୀ ଦିନରେ ଜିଲ୍ଲାରେ ସାର ର କୌଣସି ଅଭାବ ରହିବ ନାହିଁ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେଣୁ ଭୟଭୀତ ହୋଇ କୌଣସି ଚାଷୀ ଭାଇ ମାନେ ଚଢ଼ା ଦରରେ ସାର ନକିଣିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ