ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ଏଡିଜେ କୋର୍ଟର ବିଚାରପତି ମମିତା ଦାସ ମଙ୍ଗଳବାର ଏକ ନରହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅମର ସିଂ ବିରୁଆ(୩୫), ପିତା-ଦୁବରାଜ ବିରୁଆ, ଗ୍ରାମ-ଦୁବିଲା, ଥାନା-ମଞ୍ଜହରି, ଜିଲ୍ଲା- ୱେଷ୍ଟସିଂହଭୁମ କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ମୃତକ ରାମଚନ୍ଦ୍ର ନାଏକ ସୁଣ୍ଡୁରା ଗ୍ରାମ ତା ୨୫ା୩ା୨୦୧୫ ରିଖରେ କାହାକୁ ନକହି କେଉଁଆଡେ ଘରୁ ଚାଲି ଯାଇଥିଲେ ଏବଂ ଘରକୁ ନଫେରିବାରୁ ତାଙ୍କ ପୁଅମାନେ ଖୋଜାଖୋଜି କରିବାରୁ ବସନ୍ତପୁର ରାସ୍ତାରେ ମରି ପଡିଥିବାର ପାଇଥିଲେ ଏବଂ ମୃତକଙ୍କ ଶରୀରରୁ ଗନ୍ଧ ବାହାରୁଥିଲା ଏବଂ ତାର ପରିଧାନରୁ ତାଙ୍କ ପୁଅମାନେ ମୃତକ ଜଣକ ତାଙ୍କ ବାପା ବୋଲି ଚିହ୍ନି ପାରିଥିଲେ ଏବଂ ତା ୩୧ା୩ା୨୦୧୫ ରିଖରେ ନୟାକୋଟ ଥାନାରେ ମୃତକଙ୍କ ପୁଅ ମନ ନାଏକ ଏକ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନଂ ୧୩ ତା ୩୧ା୩ା୨୦୧୫ ରିଖରେ ଏକ କେଶ ରୁଜୁ ହୋଇ ପୋଲିସ ଅନୁସନ୍ଧାନ କରି ଉପରୋକ୍ତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ଦିନ କେନ୍ଦୁଝର ଏଡିଜେ କୋର୍ଟର ବିଚାରପତି ମମିତା ଦାସ ୧୯ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉକ୍ତ ହତ୍ୟା ମାମଲାରେ ଦୋଷୀ ପାଇ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଅଭିଯୁକ୍ତ ପବ୍ଲିକ ପ୍ରସିକୁ୍ୟଟର ପ୍ରଫୁଲ୍ଲ କୁମାର ପାତ୍ର କେଶ ପରିଚାଳନା କରୁଥିଲେ ।