ବଜ୍ରପାତ ପ୍ରତି ସାବଧାନ ଉପରେ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ

ଛତ୍ରପୁର, (ଓ୍ବାଇଏନଏସ): ବଜ୍ରପାତ ଓ ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେଉଛି ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯିବା ଉପରେ ରାଜ୍ଯ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠର ଛାତ୍ର ଛାତ୍ରୀଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ବଜ୍ରପାତ ସତର୍କତା ଓ ସାପକାମୁଡା ର ପ୍ରତିକାର ଓ ପ୍ରାଥମିକ ଚିକିତ୍ସା ଉପରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏଇ ଉତ୍ସବରେ ବିଦ୍ୟାଳୟର ପୂର୍ବତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ଯ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ଏବଂ ଅନ୍ଯକୁ ସତର୍କ ରହିବା ପାଇଁ ବାର୍ତ୍ତା ଦେଇ ଥିଲେ।ବିଜ୍ଞାନ ଶିକ୍ଷକ ସ୍ନେହାଶୀଷ ମହାନ୍ତି ପ୍ରାରମ୍ବିକ ସୂଚନା ଦେଇ ଥିବା ବେଳେ ଅନ୍ଯ ଦୁଇ ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢୀ ଓ ଉଷାରାଣୀ ମିଶ୍ର ବଜ୍ରପାତ ଓ ସାପକାମୁଡାର ପ୍ରତିଷେଧକ ଉପରେ ଆଲୋଚନା କରିଥିଲେ।ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ସଂଯୋଜନା କରିଥିଲେ। ଜୁଧିଷ୍ଠିର ବେହେରା  ନନ୍ଦିନୀ ସେଠୀ ଓ ଜୟଶ୍ରୀ ଦୋରା ପୁରସ୍କାର ବିତରଣ ପରିଚାଳନା କରିଥିଲେ।ପ୍ରାରମ୍ଭରେ ଭାଗିରଥୀ ମିଶ୍ର ଜଗନ୍ନାଥ ସ୍ତବକ ପାଠ କରିଥିଲେ ଏବଂ ଆର୍.ଜମୁନା ରେଡି ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ