ବଜ୍ରାଘାତରେ ୬ଗୋଟି ଗୋରୁଙ୍କ ଶହ ଜଣେ ବାଳକର ମୃତ

କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲେକାପାଇ ଓ ଲାମ୍ବେରୀ ଗ୍ରାମରେ ୫ ବଳଦ ବଜ୍ରାଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଅପରାହ୍ନ ରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ଘଡଘଡି ସହ ପବନ ବର୍ଷା ହୋଇଥିବାରୁ ଗଛ ମୂଳରେ ଥିବା ଲେକପାଇ ଗ୍ରାମର ଦଶରଥ ବାଗ ଙ୍କ ଗୋଟିଏ ବଳଦ ଓ ଲାମ୍ବେରି ଗ୍ରାମର ଚିନ୍ତା ମଣି ନାଚିକା ଙ୍କ  ୪ ଗାଇ ଗୋଟିଏ ବଳଦ ର ମୃତ୍ୟୁ ହୋଇଛି ।ଏହାପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ।ଏହାକୁ ନେଇ ପଶୁଚିକିତ୍ସକ ଙ୍କୁ ଜଣାଇ ଥିଲେ ।ଘଟଣା ସ୍ଥଳରେ ପଶୁ ଚିକିତ୍ସକ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ।ଏହାର ରିପୋଟ ରାଜସ୍ୱ ଅଧିକାରୀ ବା ତହସିଲଦାର ଙ୍କୁ ରିପୋଟ ଦେବା ପରେ ସରକାରଙ୍କ ଠାରୁ ଯାହା ସହାୟତା ଆସିବ ସେହିମାନଙ୍କୁ ଯୋଗାଇ ଦିଆଯିବ ବୋଲି ପଶୁ ଚିକିତ୍ସକ କହିଛନ୍ତି । ସେହିପରି କୋଲନରା ବ୍ଲକ  ଦୁନ୍ଦୁଲି ପଞ୍ଚାୟତର  ଅଣ୍ଟାମଡ଼ା ଗ୍ରାମର ଇରାନା ହିମିରିକା ଙ୍କପୁଅ ସଂୟସି ହିମିରିକା ୧୬ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ