ମଦ ଜବତ : ୪ ଗିରଫ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ତନ୍ତିଆପାଳ ସାମୁଦ୍ରିକ ଓ ମାର୍ଶାଘାଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗରଜଙ୍ଗା ଗ୍ରାମର ଚନ୍ଦନ ମହାନ୍ତି(୩୬)ଙ୍କ ଠାରୁ ୨୫ ଲିଟର ଚୋରା ବିଦେଶୀ ମଦ, ପାଟଳିପଙ୍କ ଗ୍ରାମର ମନୋଜ ମହାନ୍ତି(୪୮)ଙ୍କ ଠାରୁ ୪୨୭ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ନଳଦିଆପାଳନ୍ଦ ଗ୍ରାମର ଦେବେନ୍ଦ୍ର ବେହେରା(୪୫)ଙ୍କ ଠାରୁ ୩୮୦ ଲିଟର ଚୋରା ଦେଶୀ ମଦ ଓ ବଡ଼ପାଳ ଗ୍ରାମର ଗୁରୁପଦା ପରିଡା(୩୯)ଙ୍କ ଠାରୁ ୬୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୮୯୩ ଲିଟର ଚୋରା ବିଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ରୁତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


