ଅବକାରୀ ବିଭାଗର ମିଳିତ ଚଡାଉରେ ମଦ ଜବତ, ୨ ଗିରଫ
କଟକ,(ଓ୍ବାଇଏନଏସ) : ବିଳମ୍ବିତ ରାତିରେ ଏବଂ ଆଜି ସକାଳେ କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ ସିଏଚ ତିରୁପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତିଗିରିଆ ଥାନା ଅନ୍ତର୍ଗତ ପଣସପାଟଣା, ଭୀରୁଡ଼ା, ବଡମ୍ବା ଥାନା ଅନ୍ତର୍ଗତ ଟି-ବ୍ରିଜ ସେତୁ ରେ ଆଠଗଡ ଅବକାରୀ ବିଭାଗ, ଏବଂ ବାଙ୍କୀ ଅବକାରୀ ଥାନା ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ଗୋଟିଏ ମାରୁତି ସୁଜିକି ୱାଗନର ଯାହାର ରେଜିଷ୍ଟ୍ରସନ ନମ୍ବର OR-02-BM- ୦୭୪୫ ରେ ୨୮୦ ଲିଟର ଚୋରା ଦେଶୀ ମଦ,ଗୋଟିଏ ବୋଲେରୋ ପିକଅପ ଯାହାର ରେଜିଷ୍ଟ୍ରସନ ନମ୍ବର OD-05-F-6316 ରୁ ୪୪୦ ଲିଟର ଚୋରା ଦେଶୀ ମଦ,ଗୋଟିଏ ସ୍କୁଟି ଯାହାର ରେଜିଷ୍ଟ୍ରସନ ନମ୍ବର OD-05-BK-8983 ରୁ ୫୦ ଲିଟର ଚୋରା ଦେଶୀ ମଦ, ଅନ୍ୟ ଏକ ସ୍କୁଟି ଯାହାର ରେଜିଷ୍ଟ୍ରସନ ନମ୍ବର OD-05-BZ-6125 ରୁ ୪୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସର୍ବମୋଟ ୮୧୦ ଲିଟର ଚୋରା ଦେଶୀ ମଦ ସହିତ ଦୁଇଟା ଚାରି ଚକିଆ ଏବଂ ଦୁଇଟା ସ୍କୁଟି ଜବତ କରାଯିବା ସହିତ ୪ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଜଣ ଆସମୀ ୧- ବିଷଣ ବେହେରା ବୟସ ୨୨, ପିତା – ବୀର ବେହେରା, ଆସାମୀ-୨ – ପପୁ ବେହେରା, ବୟସ-୨୦ ବର୍ଷ, ପିତା- ପବନ ବେହେରା ଉଭୟଙ୍କ ଘର ଶଙ୍କରପୁର (ଢେଙ୍କାନାଳ)ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ତିନି ଜଣ ବ୍ୟକ୍ତି ଫେରାର ଅଛନ୍ତି।