ମଦ ଜବତ : ଜେଲ ଗଲେ ମହିଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଜନଜାତି ବହୁଳ ଚଢେୟାଗରଦ ଗ୍ରାମର ତଅପୋଇ ମଲ୍ଲିକ ନାମ୍ନୀ ଜଣେ ମହିଳାଙ୍କୁ ମଙ୍ଗଳବାର ଅବକାରୀ ଓଆଇସି ଅନୀତା ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭି ଯୁକ୍ତା ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ଅବକାରୀ ଓଆଇସି ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ସାନ୍ଧ୍ୟ କାଳୀନ ପାଟ୍ରୋଲିଂ କରୁଥିବା ବେଳେ ମହିଳା ଜଣକ ରାସ୍ତାକଡ ରେ ୨ ଟି ପ୍ଲାଷ୍ଟିକ ଜାରକିନ ଧରି ବସିଥିଲେ।ଅବକାରୀ କର୍ମଚାରୀ ମାନେ ତଲାସି କରିବାରୁ ସେଥିରେ ୩୦ ଲିଟର ଦେଶୀମଦ ମିଳିଥିଲା।ଗାଁ ରେ ବେଆଇନ ଭାବେ ବିନା ଲାଇସେନ୍ସ ରେ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଅବକାରୀ ଥାନାକୁ ଅଣାଯାଇଥିଲା।