ମଦ ଜବତ : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ରମେଶ ଗୌଡ଼ ଏବଂ ଶ୍ୟାମସୁନ୍ଦରପଲ୍ଲୀ ଗ୍ରାମ ମଝି ସାହିର ରାଜୁ ମଲ୍ଲିକ ଙ୍କୁ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା ପ୍ରଧାନ ଗିରଫ କରି ରବିବାର ସନ୍ଧ୍ୟା ରେ କୋର୍ଟ ଚାଲାଣ କରିଛନ୍ତି। ଅବକାରୀ ମାମଲା ନଂ.୯୭/୨୫-୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶନିବାର ସନ୍ଧ୍ୟାରେ ଅବକାରୀ ଓଆଇସି ସଦଳବଳେ ଦିଗପହଣ୍ଡି ବ୍ଲକ ନିମଖଣ୍ଡୀପେଣ୍ଠ, ସୌରାପାହାଡ଼, ସିନ୍ଧବା,ଶ୍ୟାମସୁନ୍ଦରପୁର ପଲ୍ଲୀ,ବାଇଗଣବାଡ଼ି ପ୍ରଭୃତି ଗ୍ରାମ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ବଡ଼ପଦା ଗାଁ ରାସ୍ତାରେ ଏକ ଟିଭିଏସ ଏକସଲ ମୋପେଡ଼ (ନଂ.ଓଡି ୦୨ ଏଡି -୦୨୦୬) ଯୋଗେ ଅଭିଯୁକ୍ତ ଦ୍ବୟ ୨ ଟି ପ୍ଲାଷ୍ଟିକ ଜାରକିନ୍ ନେଇ ଦୃତଗତି ରେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ୨ ଟି ଜାରକିନ ରେ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଥିବା ଜଣାପଡିଥିଲା।ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ ଜବତ ମଦ ରୁ ନମୁନା ସଂଗ୍ରହ କରାଯାଇ ବ୍ରହ୍ମପୁର ସ୍ଥିତ ଫରେନସିକ ଲାବ୍ରୋଟାରି କୁ ପଠାଯାଇଛି। ଉଭୟ ଅଭିଯୁକ୍ତ ଙ୍କୁ ମୋପେଡ୍ ସହ ଦିଗପହଣ୍ଡି ଅବକାରୀ ଥାନାକୁ ଅଣାଯାଇଥିଲା।ଉଭୟଙ୍କୁ ପଚରା ଉଚୁରା କରିବାରେ ସେମାନେ ଦୋଷ ସ୍ବୀକାର କରିଥିଲେ।ପରେ ଓଆଇସି ଉଭୟଙ୍କୁ ଗିରଫ କରିଥିଲେ। ଏହି ଚଢାଉ ଧରପଗଡ ରେ ଅବକାରୀ ଏଏସଆଇ ଏନ୍. ତ୍ରିପତି,କନେଷ୍ଟବଳ ବଳରାମ ପାତ୍ର,ରାଜେଶ କୁମାର ଜେନା,ଏସକେ. ରାଜେଶ ଉଦ୍ଦିନ ପ୍ରମୁଖ ସାମିଲ ଥିଲେ।


