ମଦ ଜବତ : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଖମାରି ଗାଁ ପଞ୍ଚାୟତ ବାରିତୋଳା ଗ୍ରାମର ସୁରେନ କୁମାର ମହାନ୍ତି ଏବଂ କଇଠଖଣ୍ଡିି ପଞ୍ଚାୟତ ଦାମୋଦରପୁର ଗ୍ରାମର ଦଣ୍ଡାସିି ନାଇକ ଙ୍କୁ ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ. ତ୍ରିପତିି ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।ବୁଧବାର ଅପରାହ୍ନରେ  ଅବକାରୀ ଟିମ୍ ଖମାରି ଗାଁ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ସୁରେନ ଏକ ହିରୋହଣ୍ଡା ବାଇକ (ନଂ.ଓ ଆର ୦୭ ଆର- ୦୦୩୬) ଯୋଗେ ରାସ୍ତାରେ ଆସୁଥିବା ବେଳେ ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ଏକ ବ୍ୟାଗ ରେ ଥିବା ପ୍ଲାଷ୍ଟିକ ଜାରକିନ୍ ରେ ୯ ଲିଟର ଅପମିଶ୍ରିତ ଦେଶୀମଦ ଥିବା ଜଣାପଡିଥିଲା।ସେହିପରି ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ବର ଶୈବପୀଠ ନିକଟ ରାସ୍ତାରେ ଦଣ୍ଡାସି ନାଇକ ଙ୍କ ଠାରୁ ଏକ ପ୍ଲାଷ୍ଟିକ ଜାରକିନ୍ ରେ ଥିବା ୧୫ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଥିଲା।ଉଭୟ ଅଭିଯୁକ୍ତ ଏବଂ ବାଇକ କୁ ଅବକାରୀ ଥାନା କୁ ଅଣାଯାଇଥିଲା।ଅବକାରୀ ମାମଲା ନଂ.୧୬୨ ଏବଂ ୧୬୩/୨୫-୨୬ ଅନୁଯାୟୀ ପୃଥକ୍ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ଅବକାରୀ କନେଷ୍ଟବଳ ଏସକେ.ରାଜେଶ ଉଦ୍ଦିନ୍,ବଳରାମ ପାତ୍ର,ରାଜେଶ କୁମାର ଜେନା ପ୍ରମୁଖ ଚଢାଉ ଧରପଗଡ ରେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ