ଲିଜା, ଆକାଂକ୍ଷା ଓ ବର୍ଷାରାଣୀ ପୋଲସରା ବ୍ଲକ ଟପ୍ପର

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଓ ଏନ୍ ଏ ସି ମଧ୍ୟରେ ଥିବା ୩୨ଟି ହାଇସ୍କୁଲର ମୋଟ ୨୦୫୩ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୧୦ ଜଣ ଏ-୧ ଗ୍ରେଡରେ ପାସ କରିଛନ୍ତି।ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲିଜା ଜେନା ୫୬୦ ମାର୍କ ରଖିଥିବା ବେଳେ ପୋଲସରା ଏନଏସିର ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ମୁଦୁଲି ୫୬୦ ମାର୍କ ଓ  ହାତୀଓଟ ନୋଡାଲ ହାଇ ସ୍କୁଲର ଛାତ୍ରୀ ବର୍ଷାରାଣୀ ମହାପାତ୍ର ୫୬୦ ମାର୍କ ରଖି ତିନି ଜଣ ଛାତ୍ରୀ ମିଳିତ ଭାବେ ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଭାବେ ମଥୁରା, କାହ୍ନୁ ଚରଣ ଉଚ୍ଚ ବିଦ୍ୟାଳୟର ଶଙ୍କର ସ୍ଵାଇଁ ୫୫୧ ମାର୍କ, ବର୍ତ୍ତିନୀ ଗୋପିନାଥ ହାଇ ସ୍କୁଲର ବେଣୁ ଗୋପାଳ ସାହୁ ଓ ମୀରାବାଇ ପାତ୍ର ୫୪୮ ମାର୍କ, ଲିଙ୍ଗରାଜ ଗାର୍ଲସ ହାଇ ସ୍କୁଲର ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ୫୪୬ ମାର୍କ,ମଥୁରା କାହ୍ନୁ ଚରଣ ନୋଡାଲ ହାଇ ସ୍କୁଲର ମିରା ନାହାକ ୫୪୨ ମାର୍କ ରଖିଥିବା ଜଣାଯାଇଛି। ଆଉ ଦୁଇଜଣଙ୍କ ନାମ ଲିଷ୍ଟରେ ନଥିବା ଯୋଗୁ ଲେଖା ହୋଇପାରିନାହିଁ। ଜେନାପୁର ଗ୍ରାମର ଲିଜା ଜେନା ଙ୍କ ବାପା ତପନ କୁମାର ଜେନା ଜଣେ କୃଷକ ଓ ମାଆ ଟିକିନା ଜେନା ଜଣେ ଗୃହିଣୀ ଅଟନ୍ତି। ସରକାର ସହାୟତା ଯୋଗାଇ ଦେଲେ ଅଧିକ ପାଠ ପଢିବା ସହ  ଆଗାମୀ ଦିନରେ ଜଣେ ଭଲ ଅଧ୍ୟାପିକା ହେବା ଲକ୍ଷ ରଖିଛି ଲିଜା। ନିଜର ଶ୍ରେୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ବୀଣାପାଣୀ କୋଚିଂ ସେଣ୍ଟର ଗୁରୁଜୀ ବୃନ୍ଦ ଏବଂ ବାପା ଓ ମାଆଙ୍କୁ ପ୍ରଦାନ କରିଛନ୍ତି।  ଆକାଂକ୍ଷା ମୁଦୁଲି ନିଜର ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ। ମାଆ ଓ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ପ୍ରେରଣା ପାଇଥିବାରୁ ଶ୍ରେୟ ସମସ୍ତଙ୍କୁ ଜଣାଇଛିନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପରେ ନିଟ ପାଇଁ ପ୍ରିପର ହେବି ବୋଲି ପ୍ରକାଶ କରିଛନ୍ତି। ହାତିଓଟ ଗ୍ରାମର  କୃଷ୍ଣଚନ୍ଦ୍ର ମହାପାତ୍ର ଓ ନମିତା ମହାପାତ୍ରଙ୍କ ଝିଅ ବର୍ଷାରାଣୀ ମହାପାତ୍ର ଜଣେ ଶିକ୍ଷୟିତ୍ରୀ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଶିକ୍ଷା ଦେଇ ସମାଜରେ ଭଳ ମଣିଷ ଟିଏ ଗଢିବି ବୋଲି ପ୍ରକାଶ କରିଥିଲେ। ନିଜର ଶ୍ରେୟ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ  ବାପା ଓ ମାଆ ଙ୍କୁ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ