ଗାଆଁରେ ସାହିତ୍ୟ ଓ ଆମ ଗାଆଁ ଆମ ପ୍ରତିଭା ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ସାହିତ୍ୟକୁ ଲୋକାଭିମୁଖୀ ଓ ସାର୍ବଜନୀନ କରିବା ଲକ୍ଷ ନେଇ ଶଂଖୋସ୍ଥିତ ମନ୍ଦିର ପରିସରରେ ସାହିତ୍ଯ ସଭା ଓ ପ୍ରତିଭା ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇ ଯାଇଛି।ଉତ୍କଳମଣି ଶିଶୁ ସାହିତ୍ୟ ସମିତି ଦ୍ବାରା ଆୟୋଜିତ ସଭାରେ ଇନ୍ଦ୍ରମଣି ସେଠୀ ସଭାପତିତ୍ବ କରିଥିଲେ।ମୁଖ୍ଯ ଅତିଥି ଭାବେ ସ୍ତମ୍ଭକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ମୁଖ୍ଯବକ୍ତା ଭାବେ ସାହିତ୍ୟିକ କୀର୍ତ୍ତନ ସାହୁ ଯୋଗଦେଇ ସାହିତ୍ୟ ସଂପର୍କିତ ମୂଲ୍ୟବୋଧ ବକ୍ତବ୍ୟ କରିଥିଲେ।ଏହି ଅବସରରେ କଳାକାର ରଂଗାଧର ପଳତା,ସଫଳ କୃଷକ ଭରତ ଚନ୍ଦ୍ର ଶଂଖୁଆ, ସଫଳ ଶିକ୍ଷକ କ୍ଷେତ୍ରବାସୀ ମିଶ୍ର, ଯୁବ ଖେଳାଳୀ ବସନ୍ତ କୁମାର ଦାଶଙ୍କୁ ମାନପତ୍ର ଉତ୍ତରୀୟ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା। ହାସ୍ୟମୟୀ ରାଜ, ଶ୍ରୀକାନ୍ତ ପଟ୍ଟନାୟକ ଓ ଦୀପ୍ତିଦେବଦର୍ଶିନୀ ସୁତାରଙ୍କ ସଂଯୋଜନାରେ ବୈଲୋଚନ ସୁତାର, ମଙ୍ଗୁଳି ଚରଣ ପୃଷ୍ଟି, ପୁଷ୍ପମଞ୍ଜରୀ କର, ଜନାର୍ଦ୍ଦନ ସେଠୀ, ହଳଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ, ଘନଶ୍ୟାମ ବୋଇତେଇ, ଗୋକୁଳ ବିହାରୀ ପୃଷ୍ଟି, ଶରତ କୁମାର ରାଉତ, ବିଦ୍ୟୁତପ୍ରଭା ଦେଓ, କୁମୁଦିନୀ ସାମଲ, ସନ୍ଧ୍ୟାରାଣୀ କୌଶିକ, ସତ୍ୟଭାମା ଯେନା, ସୁଭଦ୍ରା ସାହୁ, ସୁରେନ୍ଦ୍ର ପରିଡା, ମୁରଲୀଧର ବେହେରା, ଶ୍ରୀକାନ୍ତ ପଣ୍ଡା, ବାସୁଦେବ ନାୟକ,ଅକ୍ଷୟ କୁମାର ଜେନା, ହରିହର ସାମଲ, ସୁଦାମ ଚରଣ ଜେନା, ନିର୍ମଳ କୁମାର ବାରିକ,ଚତୁର୍ଭୁଜ ପହୀ, ଅନ୍ତର୍ଯ୍ଯାମୀ ରାଉତ, କୈଳାସ ଚନ୍ଦ୍ର ବେହେରା, ସରୋଜ ସାହୁ, ନୀଳମଣି ବାରିକ, ଆଦିକନ୍ଦ ରାମ, ଜଗନ୍ନାଥ ଜେନା, ନାରାୟଣ ଲେଙ୍କା, ପ୍ରମୁଖ କବି ମାନେ ଶିଶୁ କବିତା ଆବୃତ୍ତି କରିଥିଲେ।ସଂପାଦକ ନାରାୟଣ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ ଉପାଧ୍ୟକ୍ଷ ସଭାପତି ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


