ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଖାଇଥାଏ

ହାଟଡିହି,(ବିକାଶ ବିଶ୍ୱାଳ): ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଖାଇଥାଏ, ସାହିତ୍ୟ ସମାଜରୁ କୁସଂସ୍କାର ଦୂର କରିବା ସହିତ ସାମାଜିକ ଚାଲି ଚଳଣିକୁ ପରିମାର୍ଜିତ କରିଥାଏ ବୋଲି ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ଠାରେ ବଉଳା ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ବିଶିଷ୍ଟ ସାହିତ୍ୟିକ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡ.ଶିଶିର ବେହେରା, ମତବ୍ୟକ୍ତ କରିଥିଲେ। ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ସାହିତ୍ୟ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସ୍ତମ୍ବକାର ଅଭୟ ଦ୍ୱିବେଦୀ ମତବ୍ୟକ୍ତ କରିଛନ୍ତି। ୩୫ବର୍ଷ ଧରି ଗ୍ରାମାଞ୍ଚଳରେ ଏକ ସାହିତ୍ୟ ଅନୁଷ୍ଠାନ ବଞ୍ଚି ରହିବା ଅନ୍ଯ ମାନଙ୍କ ପାଇଁ ଉଦାହରଣ ବୋଲି ସେ ମତବ୍ୟକ୍ତ କରିଥିଲେ। ସଂସଦର ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ  ସଂସଦର ବରିଷ୍ଠ ସଦସ୍ୟ ରତ୍ନାକର ଦାସ ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା   ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର ‘ବଉଳା’କୁ ଅତିଥିମାନେ ଲୋକର୍ପଣ କରିଥିଲେ । ଏହି ଅବସରରେ ବାମନ ଚରଣ ବେହେରା,  ଘନଶ୍ୟାମ ବୋଇତେଇ, ଧୂମକେତୁ ଦାସ, ସରୋଜ କୁମାର ସାହୁ, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ନାରାୟଣ ଚନ୍ଦ୍ର ସାହୁ, ବନମାଳୀ ଜେନା, ମୁରଲୀଧର ବେହେରାଙ୍କ ଦ୍ୱାରା ମାନପତ୍ର ପାଠ କରାଯାଇଥିଲା । ସେହପରି କବି ଦଶରଥ ସାହୁଙ୍କ ଲିଖିତ ପୁସ୍ତକ’ମିଳିମିଶି ଆମେ ପଢ଼ିବା ଗପ’, ଓ ସରଳା ମହାପାତ୍ରଙ୍କ ଲିଖିତ ପୁସ୍ତକ’ସତ୍ୟପଥେ ଧନ ରଖିବୁ ଲୟ’ କୁ ଅତିଥି ମାନେ ଲୋକାର୍ପଣ କରିଥିଲେ।  ପ୍ରାରମ୍ଭରେ ଅଣାଠାରେ ଥିବା ସଂସଦର ପୁର୍ବତନ ସମ୍ପାଦକ ସ୍ୱର୍ଗତ ଶୁକଦେବ ମଲ୍ଲିକଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ହାସ୍ୟମୟୀ ରାଜ, ଓ ଦୀପ୍ତି ଦେବ ଦର୍ଶନି ସୁତାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି  ବିଦ୍ୟୁତ ପ୍ରଭା ଦେଓ, ସରଳା ମହାପାତ୍ର, ନିତ୍ୟାନନ୍ଦ ବେହେରା ପ୍ରଣୟ କୁମାର ସିଂ, ଚିତ୍ତରଞ୍ଜନ ସାମନ୍ତରାୟ, ଅନନ୍ତ ଚରଣ ମୁଦୁଲି, ବାସୁଦେବ ନାୟକ, ନିରଞ୍ଜନ ସାହୁ, ସୁଜିତ ମିଶ୍ର, ରଞ୍ଜନ କୁମାର ସାହୁ, ଚତୁର୍ଭୁଜ ଜେନା, ହେମନ୍ତ ନାୟକ, ଅଭୟ କୁମାର ସାମଲ, ବନମାଳୀ ଜେନା, ବାବନ ଚରଣ ବେହେରା, ସଙ୍ଖାଳି ଚରଣ ରାଉଳ, ଜ୍ୟୋତ୍ସ୍ନାରାଣୀ ସେନାପତି, ଜ୍ୟୋତ୍ସ୍ନାରାଣୀ ଦାସ, ଶୁଭଦ୍ରା ସ୍ୱାଇଁ,  ଚନ୍ଦ୍ରମଣି ମୁନି, କୈଳାଶ ଚନ୍ଦ୍ର ରାଉତ, ପୁଷ୍ପାଞ୍ଜଳୀ ମହାପାତ୍ର, ତିଳୋତ୍ତମା ସାଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ ।   । ଏହି ଉତ୍ସବରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,  ଅମୁଲ୍ୟ କୁମାର ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ କବି ସାହିତ୍ୟିକ ମାନେ ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବରେ ଆନନ୍ଦପୁର ,  ଭଦ୍ରକ ଓ ଯାଜପୁର ଅଞ୍ଚଳର ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । ହରିହର ସାମଲ, ଅନନ୍ତ ଚରଣ ମୁଦୁଲି ଓ ବାଳାଶ୍ରମର କର୍ମକତ୍ତା ମାନେ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ