ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ବଜେଟର ସିଧା ପ୍ରସାରଣ ପ୍ରଦର୍ଶିତ

ବାଲେଶ୍ବର(ଓ୍ବାଇଏନଏସ): ଆଜି ସକାଳ ୧୧ ଘଟିକା ସମୟରେ କେନ୍ଦ୍ରୀୟ ବଜେଟର ସିଧା ପ୍ରସାରଣ ସେଣ୍ଟ୍ରାଲ ସ୍କୁଲ ଛକ ନିକଟସ୍ଥ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଭାରତର ୧୪୦ କୋଟି ଜନତାଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ତ୍ରୀମଣ୍ଡଳର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ କେନ୍ଦ୍ରୀୟ ବଜେଟକୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କୋଟି କୋଟି ଲୋକ ଦେଶ ବିଦେଶରେ ଦେଖୁଥିବା ବେଳେ ଆଜି ବାଲେଶ୍ଵର ଜିଲ୍ଲା ବିଜେପି କାର୍ଯ୍ୟଳୟରେ ଏହାର ସିଧା ପ୍ରସାରଣ କରାଯାଇଥିଲା, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ ଦତ୍ତ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି ଗୌରାଙ୍ଗ ଚରଣ ଦାସ, ସସ୍ମିତା ଚାନ୍ଦ, ସାଧାରଣ ସମ୍ପାଦକ ପରଶୁରାମ ପରିଡ଼ା, ଚନ୍ଦ୍ର ଶେଖର ନନ୍ଦ, ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ରବିତା ଦାସ୍, ରୋଜାଲିନ ପାଣି, ଗଣ ମଧ୍ୟମ ସହ ସଂଯୋଜକ ରଣଜିତ୍ ପୃଷ୍ଟି, ଲୋକନାଥ ପରିଡ଼ା, ଯୁବ ମୋର୍ଚ୍ଚା ଉପ ସଭାପତି ନାରାୟଣ ମହନ୍ତ, ବିକାଶ ପାଢ଼ୀ ,ଧିରଜ୍ ମହାନ୍ତି, ସୌମ୍ୟ ଶଙ୍କର ଦାଶ, ସୁସ୍ମିତା ପଣ୍ଡା, ମଧୁଷ୍ରୀ ପଣ୍ଡା,ଭାଗ୍ୟ ରଞ୍ଜନ ନାୟକ, ପ୍ରଶାନ୍ତି ପଣ୍ଡା, ପ୍ରଦୀପ ଦାସ, ସାକମ୍ବରି ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଏକ ସ୍ବରରେ କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିବା ସହିତ ଏହା ଆଗାମୀ ଦିନରେ ଦେଶର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ