ବାଙ୍ଗୋର ଓଏମସି ଖଣିରେ ଲୋଡିଂ ଶ୍ରମିକଙ୍କ ବିକ୍ଷୋଭ

ହାଟଡିହି (ପାର୍ଥ ସୌରଭ ସା):  ବାଙ୍ଗୋର ଓଏମସି ଖଣିରେ ଲୋଡିଂ ଶ୍ରମିକ ମାନେ ତୁରନ୍ତ କାମ ଯୋଗାଇ ଦେବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ଶ୍ରମିକ ମାନେ ଦୀର୍ଘ ବର୍ଷ ଧରି ଏଠାରେ ମାଲ ପରିବହନ କ୍ଷେତ୍ରରେ ଟ୍ରକ୍ ଗୁଡିକୁ ଲୋଡ଼ିଙ୍ଗ ଦେଇଥାନ୍ତି। ସେଥିରେ ଯାହା ମଜୁରୀ ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଗତ ୮ମାସ ହେଲା ଏଠାରେ ଲୋଡିଙ୍ଗ ବନ୍ଦ ହୋଇଯାଇ ଥିବାରୁ ଏହି ଗରିବ ଶ୍ରେଣୀର ଶ୍ରମିକ ମାନେ ନାନା ଆର୍ଥିକ ଅଭାବ ଅନାଟନ ର ଶିକାର ହୋଇଛନ୍ତି। ତେଣୁ ଓଏମସି ଖଣି କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସେମାନଙ୍କୁ କାମ ଯୋଗାଇ ଦେବାକୁ ଜୟଦେବ ଜେନା, ଶରତ ଜେନା, ନବ କିଶୋର ଜେନା, ବଟକୃଷ୍ଣ ଜେନା, ଅକ୍ଷୟ କୁମାର ଜେନା, ପ୍ରଫୁଲ୍ଲ ଜେନା, ମାଠିଆ ଜେନା, ବିଶ୍ଵନାଥ ଜେନା, ନଟବର ଜେନା, ବାବୁଲା ଜେନା, ମୁଟୁରା ହୋ, ଭୀମସେନ ଦେହୁରୀ, ଭଗବାନ ଦେହୁରୀ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ