କାର ସହ ଦେଶୀ ଓ ବିଦେଶୀ ମଦ ଜବତ: ଚାଳକ ଫେରାର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ଠାରୁ ଏକ କାର ସହ ଦେଶୀ ଓ ବିଦେଶୀ ଚୋରା ମଦ ଅବକାରୀ ବିଭାଗ ଦ୍ୱାରା ସୋମବାର ସଂଧ୍ୟାରେ ଜବତ କରାଯାଇଛି । ମଦ ଜବତ କରାଯାଇଥିବା ବେଳେ ଗାଡି ଚାଳକ ଫେରାର ହୋଇଯାଇଛି । ଜଗତସିଂହପୁର ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ମୁତାବକ ମାରୁତି କାର ଗାଡି ନମ୍ବର ଓଆର ୦୨ବିଏକ୍ସ୦୯୮୯ ରେ ଚୋରା ମଦ ଯାଉଥିବା ଆମେ ବିଶେଷ ସୂତ୍ରରୁ ଖବର ପାଇଥିଲୁା ଉକ୍ତ ଚୋରା ମଦ ଗାଡିକୁ ଆମ ଟିମ୍ ଦ୍ୱାରା ୨୧ ପେଟି ଅର୍ଥାତ ୧୦୫ ଲିଟର ଆସ୍କା ଫଟି ସହିତ ୪୦ଟି ବିଦେଶୀ ମଦ ଜବତ କରାଯାଇଛି । ଉକ୍ତ ଗାଡିଟି ପ୍ରସାନ୍ତ କୁମାର ସାହୁ ନାମରେ ରହିଛି । ତାଙ୍କ ନାମରେ ଚୋରା ମଦ କାରବାରରେ ପୂର୍ବରୁ ଅନେକ କେସ ରହିଛି। ଖୁବ ଶିଘ୍ର ତାଙ୍କୁ ଧରାଯିବ ବୋଲି ଚୌଧୁରୀ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ପ୍ରଶାନ୍ତ ସାହୁ (ହଡା)ଦୀର୍ଘ ଦିନ ହେବ ଗାଁ ମଧ୍ୟରେ ଚୋରା ମଦ କାରବାର କରି ଆସୁଥିବା ବିଭିନ୍ନ ସମୟରେ ଅବକାରୀ ବିଭାଗ ଓ ନାଉଗାଁ ପୋଲିସ ପକ୍ଷରୁ ଚଢାଉ କରାଯାଇ ମଦ ଜବତ କରାଯାଉଥିବା ବେଳେ ଜୈନିକ ଚୋରା ବେପାରୀଙ୍କୁ ଧରିବାରେ ବିଫଳ ହେଉଛି। କେବଳ ମାମଲା ରୁଜୁ କରି ବସୁଥିବା ବେଳେ ଜୈନିକ ବେପାରୀ ପୁନର୍ବାର ଗାଁ ଭିତରେ ମଦ କାରବାର କରିବାକୁ ସକ୍ଷମ ହେଉଛନ୍ତି । ଜୈନିକ ବେପାରୀ ଗଳିକନ୍ଦି ଦୋକନରେ ଚେରା ମଦ ଦେଉଥିବା ସ୍ଥାନୀୟ ଲୋକ ନାମ ଉହ୍ୟ ରଖି ପ୍ରକାଶ କରିଛନ୍ତି । ତେଣୁ ଗ୍ରାମ ପରିବେଶକୁ ନଷ୍ଠ କରୁଥିବା ଜୈନିକ ଚୋରା ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ