ଧାନ ସଂଗ୍ରହରେ ଚାଷୀଙ୍କ ସଂଶୟ ଦୂର ନିମନ୍ତେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ସଦର ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ବର(ସରୋଜ ପଣ୍ଡା): ଖରିଫ ଧାନ ସଂଗ୍ରହରେ ଚାଷୀଙ୍କ ସଂଶୟ ଦୂର ନିମନ୍ତେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭାର ବଜେଟ ଅଧିବେଶନରେ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି । ଓଡିଶାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରରେ ଅଦ୍ୟାବଧି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ ମାଧ୍ୟମରେ ଅନୁରୋଧ କରିଥିଲେ । ଏହ ସହିତ ସରକାରଙ୍କ ନିକଟରେ ଗଚ୍ଛିତ ଚାଉଳର ପରିମାଣ ଓ ତାହ ଉପଯୋଗିତା ବାବଦରେ ପଚାରିଥିଲେ । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ଚଳିତ ବର୍ଷ କେତେ ଚାଉଳ ନିଆଯିବ ଏବଂ ବଳକା ଚାଉଳର ଉପଯୋଗିତା ପାଇଁ ସରକାରଙ୍କ ପଦକ୍ଷେପ ସହିତ ଅନ୍ୟ ରାଜ୍ୟ ଭଳି ଖୋଲା ବଜାରରେ ଚାଉଳ ବିକ୍ରି କରିବା ଦିଗରେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଥିଲେ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ୨୦୨୫-୨୬ ଧାନ ସଂଗ୍ରହ ବର୍ଷରେ ପଞ୍ଜିକୃତ ହୋଇଥିବା ଯୋଗ୍ୟ ବିବେଚିତ ଚାଷୀଙ୍କଠାରୁ ୭୩ ଲକ୍ଷ ମେଟ୍ରିକ୍ ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ୧୬ ତାରିଖ ସୁଦ୍ଧା ୭୧ ଲକ୍ଷ ୧୬ହଜାର ୦୫୪ ମେଟ୍ରିକ ଟନ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ପ୍ରଦାନ କରାଯାଇଥିବା ସ୍ଥଳେ ୫୮ଲକ୍ଷ ଏକ ଲକ୍ଷ ୯୬୮ ମେଟ୍ରିକ ଟନ ଧାନ କ୍ରୟ ହୋଇଛି । ୨୦୨୪-୨୫ ଧାନ ସଂଗ୍ରହ ବର୍ଷରେ ପ୍ରାୟ ୪.୭୭ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଅଦ୍ୟାବଧି ଓଡିଶା ରାଜ୍ୟ ଯୋଗାଣ ନିଗମର ବିଭିନ୍ନ ଗୋଦାମରେ ଗଚ୍ଛିତ ରହିଛି । କଷ୍ଟମ ମିଲରମାନଙ୍କ ଠାରୁ ପ୍ରାୟ ୬.୪୦ ଲକ୍ଷ ମେଟ୍ରିକ୍ ଟନ ଆଦାୟ ପ୍ରକ୍ରିୟା ଜାରି ରହଛି । ଆସନ୍ତା ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତିା ତେବେ ବଳକା ଚାଉଳ ଉପଯୋଗ ପାଇଁ ନିଷ୍ପତ୍ତ ସରକାରଙ୍କ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ