ବନ ମହୋଉତ୍ସବ ଉପଲକ୍ଷେ ତର୍କ ପ୍ରତିଯୋଗୀତା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ସୌଜନ୍ୟରୁ ବନ ମହୋଉତ୍ସବ ସପ୍ତାହ-୨୦୨୫ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହାୟତାରୁ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ବିଭିନ୍ନ ଆଇନ ସାକ୍ଷରତା କ୍ଲବ,ବିଦ୍ୟାଳୟସ୍ତରରେ ବୃକ୍ଷରୋପଣ,ସଚେତନତା ସଭା,ଉପଭୋକ୍ତା ପରିଚୟ ପତ୍ର ପ୍ରଦାନ,ଚାରା ବଣ୍ଟନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସିଦ୍ଧମଠସ୍ଥିତ ଅନ୍ଧ,ମୂକ,ବଧିର ବିଦ୍ୟାଳୟ,ମନୋଜ ମଞ୍ଜରୀ ଶିଶୁଭବନ,ଜନ କଲ୍ୟାଣ ଉଚ୍ଚ ବିଦ୍ୟାଳୟ,ଡିମ୍ବୋ,ରାଇସୁଆଁ ଉଚ୍ଚ ବିଦ୍ୟାଳୟ,ନରଣପୁର ଉଚ୍ଚ ବିଦ୍ୟାଳୟଠାରେ ବୃକ୍ଷରୋପଣ ଓ ପରିବେଶ,ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସଚେତନତା ସଭା ଅନୁଷ୍ଠିତ ହୋଇଥିବାବେଳେ ରଥଯାତ୍ରା ଅବସରରେ ଖୋଲା ଯାଇଥିବା ପ୍ରଦର୍ଶନୀ ମଣ୍ଡପରେ ବିଭିନ୍ନ ବିଭାଗ ଯଥା ଜିଲ୍ଲା ଶ୍ରମ ଅଧିକାରୀ,ସଦର ବ୍ଲକ,ଯୋଗାଣ ବିଭାଗ ଦ୍ୱାରା ଉପଭୋକ୍ତା ପରିଚୟ ପତ୍ର ପ୍ରଦାନ,ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ଓ ଚାରା ବଣ୍ଟନ କରାଯାଇଥିବାବେଳେ କୋର୍ଟ ପରିସରରେ ଉଦ୍ୟାପନୀ ସମାରୋହରେ ବିଭିନ୍ନ ଆଇନ ସାକ୍ଷରତା କ୍ଲବର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତର୍କ ପ୍ରତୀଯୋଗୀତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉଦ୍ୟାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ପ୍ରତି ଯତ୍ନବାନ ହୋଇ ମା’ଙ୍କ ନାମରେ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଭଗବାନ ପ୍ରଧାନ,ପୋକ୍ସ ବିଚାରପତି ବିଜୟ କୁମାର ମିଶ୍ର ଓ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଉଦ୍ବୋଧନ ଦେଇଥିଲେ । ଏହି ସଭାରେ ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର,ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଇ. ବିଘ୍ନେଶ୍ୱର ରାଓ,ଅତିରିକ୍ତ ଜିଲ୍ଲା ଜଜ୍ ମୋନାଲିସା ମହାନ୍ତି,ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାଶ,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ଦେୱାନୀ ବିଚାରପତି ଅମରେଶ ନାୟକ,ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାସ,ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ,ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ ଉପସ୍ଥିତ ଥିବାବେଳେ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତି୍ରପାଠୀ ସଭା ପରିଚାଳନା କରିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ତଦାଶା ସଂପାଦକ ତଥା ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସଂଗେ ସଂଗେ ବନ ମହୋସôବ ପାଳନ ର ଲକ୍ଷ୍ୟ ଓ ଉଦେ୍ଦଶ୍ୟ,ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସହ ପରିବେଶ ଓ ବୃକ୍ଷ ତୁଳନା କରି ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ତର୍କ ପ୍ରତିଯୋଗୀତାରେ ଯେଉଁ ଛାତ୍ରଛାତ୍ରୀ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରୁ ଡିଏନ୍ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଙ୍କିତ କୁମାର ଦାଶ ପ୍ରଥମ ସ୍ଥାନ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରର ଛାତ୍ରୀ ଅନନ୍ୟା ଲେଙ୍କା ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରର ଛାତ୍ରୀ ଜ୍ୟୋତି କର୍ମକାର ତୃତୀୟ ସ୍ଥାନ ହାସଲ କରିଥିଲେ । ବନ ମହୋସôବ ସପ୍ତାହ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଚାର ବିଭାଗ,ବନ ବିଭାଗ,ଶିକ୍ଷା ବିଭାଗ,ଶ୍ରମ ବିଭାଗ,ବେସାମରିକ ଯୋଗାଣ ବିଭାଗ,ପଂଚାୟତିରାଜ ବିଭାଗ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ