ତେମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଭୁ ଗଣେଷଙ୍କ ମୂତ୍ତି ସ୍ଥାପନ
ହାଟଡିହି (ଓ୍ବାଇଏନଏସ) :ହାଟଡିହି ବ୍ଲକ ତେମଳା ପ୍ରାଥମିକ ବିଦ୍ୟାଳୟରେ ପ୍ରଭୁ ଗଣେଷଙ୍କ ମୂତ୍ତି ସ୍ଥାପନ କରଯାଇଛି। ଏହି ଅବସରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ପରିଡ଼ାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ତଥା ବି.ଆର.ସି.ସି ପ୍ରମୋଦ କୁମାର ନାୟକ, ସିଆରସିସି ଗଦାଧର ଜେନା, ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରିଣୀ କିଙ୍କର ନନ୍ଦ, ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ଦୁର୍ଗା ପ୍ରସାଦ ସ୍ବାଇଁ, ରାଜେଶ କୁମାର ନାଥ, ପରିଚାଳନା କମିଟିର ସଭାପତି ବିମ୍ବାଧର ଜେନା, ଘନଶ୍ୟାମ ପେଡା ପ୍ରମୁଖ ଯୋଗଦେଇ ଥିଲେ। ପଣ୍ଡିତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ଦ୍ୱାରା ବିଘ୍ନ ବିନାଶନଙ୍କ ପୂଜାର୍ଚ୍ଚନା କରଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଓ ଅନେକ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।