ମୁଗୁପୁରରେ ପ୍ରଭୂ ଜଗନ୍ନାଥଙ୍କ ବାହୁଡା଼ଯାତ୍ରା
ହାଟଡ଼ିହି,(ଓ୍ବାଇଏନଏସ) : ( ପାର୍ଥ ସୌରଭ ସା) ହାଟଡିହି ବ୍ଲକ ମୁଗୁପୁରରେ ପ୍ରଭୂ ବିଶ୍ୱଗୁରୁ ଜଗନ୍ନାଥଙ୍କ ବାହୁଡା଼ଯାତ୍ରା ବଡ ଧୁମଧାମ ସହକାରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ବାବା ଗୁଋଶ୍ରୀ ମନମୋହନ ଦାଶ, ପଣ୍ତିତ ପଦ୍ମନାଭ ପଣ୍ଡା , ଦେବୀପ୍ରସାଦ ଶତପଥୀ, କ୍ଷୀରୋଦ ପଣ୍ଡା , ରାଧା ମାଧବ ପଣ୍ଡା, ଅରୁଣ କୁମାର ସତପଥିଙ୍କ ଦ୍ୱାରା ସମସ୍ତ ରୀତିନୀତି ମତେ ନୀଳାପୁର ଠାରେ ଥିବା ମାଉସୀ ମା ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଅପରାହ୍ନ ଚାରିଟା ପରେ ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ପରେ ଛେରା ପହଁରା କରାଯିବା ପରେ ରଥ ଟଣା ଆରମ୍ଭ ହୋଇଥଲା। ହଜାର ହଜାର ଶ୍ରଦ୍ଧାଳୁ ରଥକୁ ମନ୍ଦିର ନିକଟକୁ ଟାଣି ଟାଣି ନେଇଯାଇଥିଲେ। ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ସୁଧାକର ଜେନା , ନିରାକର ସାହୁ, ସନ୍ତୋଷ ବେହେରା , ବିକଳ ପଣ୍ଡା, ମୁରଲୀଧର ସାହୁ, ରବୀନ୍ଦ୍ର ସାହୁ, ବୁଦ୍ଧଦେବ ଘଡେଇ , ଦାମୋଦର ନାୟକ, ପ୍ରିୟବ୍ରତ ନାୟକ , ଚେମାତା ବେହେରା , ମନୋଜ କୁମାରା ବାରିକ୍ , ସନ୍ତୋଶ, କୁମାର ବେହେରା , ସରୋଜଚନ୍ଦ୍ର ବେହେରା , ଈଶ୍ୱର ଚନ୍ଦ୍ର ସାହୁ ସମେତ ସମସ୍ତ ଗ୍ରାମବାସୀ କାର୍ଯକ୍ରମ ପରିଚାଳନା କରିଥିଲେ।