ଛତ୍ରପୁରରେ ଏଲ୍‌ପିଜି ସଙ୍କଟ: ଗ୍ୟାସ ଅଫିସ ଆଗରେ ଗ୍ରାହକଙ୍କ ଲମ୍ବା ଭିଡ଼

ଛତ୍ରପୁର, (ଓ୍ବାଇଏନଏସ):  ଗ୍ୟାସ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି l ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି ସଂକଟ। ଭାରତ ମଧ୍ୟ ଏହି ସମସ୍ୟାରୁ ବାହାରି ପାରି ନାହିଁ। ଯୋଗାଣ ବାଟ ବନ୍ଦ ଯୋଗୁ ମଧ୍ୟପ୍ରାଚ୍ୟରୁ ଆସିପାରୁ ନାହିଁ ଗ୍ୟାସ୍। ଏଭଳି ସ୍ଥିତିରେ ଦେଶରେ ଦେଖାଦେଇଛି ଭୟଙ୍କର ଏଲ୍‌ପିଜି ସକଟ । ସାଧାରଣ ଖାଉଟି ବେହାଲ। ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେ ମଧ୍ୟ ପଡିଛି l ୨୫ ଦିନ ତଳୁ ବୁଙ୍ଗି କରିଥିବା ଉପଭୋକ୍ତା ଏ ଯାଏ ସିଲିଣ୍ଡର ପଇପାରିନାହାନ୍ତି। ଯାହା ଫଳରେ ସାଧାରଣ ଲୋକେ ଏଲ୍‌ପିଜି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଗ୍ୟାସ ପାଇବାର ୨୫ ଦିନ ପରେ ପୁଣି ଆଉ ଏକ ନୂଆ ଗ୍ୟାସ ବୁକିଂ କରିବାକୁ ପଡୁଛି l ଘରୋଇ ସିଲିଣ୍ଡର ଯୋଗାଣରେ ଯେଭଳି କୌଣସି ବାଧା ନ ଆସିବସେଥିପାଇଁ ସରକାର ତାଗିଦ୍ କରିଛନ୍ତି। ଏହା ସତ୍ତ୍ୱେ ବି ସ୍ଥିତିରେ ସୁଧାର ଆସି ନ ଥିବା ଦେଖାଯାଉଛି। ଆଜି ଛତ୍ରପୁର ସ୍ଥିତ ଶକ୍ତି ଏଣ୍ଟର ପ୍ରାଇଜର୍ସ ତଥା ଏଚପି ଗ୍ୟାସ ସମ୍ମୁଖରେ କେୱାଇସି ସହିତ ବୁକିଂ କରିବା ପାଇଁ ଗ୍ରାହକ ଙ୍କ ଭିଡ଼ ଦେଖିବାକୁ ମିଳିଛି l ଇ କେ ୱାଇ ସି ନ କଲେ ଗ୍ୟାସ ବୁକିଂ ହେଉନାହିଁ l ବାତିଲ ହୋଇଯାଉଛି l ଏଣୁ ଇ କେ ୱାଇ ସି କରିବା ପାଇଁ ଏଚ ପି ଅଫିସ ଆଗରେ ଗ୍ରାହକ ମାନେ ଭିଡ଼ ଜମାଇ ଛନ୍ତି l ଦୀର୍ଘ ସମୟ ଧରି ଲାଇନରେ ଛିଡା ହୋଇ ରହିଛନ୍ତି ଗ୍ରାହକ ମାନେ l ସୂଚନା ମୁତାବକ ଛତ୍ରପୁର ଏଜେନ୍ସି ନିକଟରେ ୫୮୪ ହାଣ୍ଡି ଷ୍ଟକ ରହିଥିବା ବେଳେ ଏବେ ସୁଦ୍ଧା ୩୬୧୫ ଜଣ ଗ୍ୟାସ ବୁକିଂ କରିଛନ୍ତି ସେସବୁ ପେଣ୍ଡିଙ୍ଗ ହୋଇ ରହିଛି l ସେହିପରି କମରସିଆଲ ଗ୍ୟାସ ଆସୁନଥିବାରୁ ଏହାର ସିଧା ସଳଖ ପ୍ରଭାବ ହୋଟେଲ ବ୍ୟବସାୟୀ ମାନଙ୍କ ଉପରେ ପଡୁଥିବାରୁ ସହରରେ ବହୁ ହୋଟେଲ ବନ୍ଦ ରହିଛି l ଅନ୍ୟପଟେ କିଛି ହୋଟେଲ ମାଲିକ କାଠ ଚୁଲା ମାଧ୍ୟମରେ ରୋଷେଇ କରିବା ଆରମ୍ଭ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ