ଗଙ୍ଗଦାହାଟରେ ମା’ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଉଦ୍ଘାଟିତ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦାହାଟରେ ମା’ ଦୁର୍ଗାପୂଜା କମିଟିର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। କମିଟିର ସଭାପତି ନରେଶ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଙ୍ଗଦାହାଟ କମିଟିର ପୂର୍ବତନ ସଭାପତି ବିଜୟ ବେହେରା ଯୋଗ ଦେଇ ଫିତା କାଟି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଉଲ୍ଲାସ ସ୍ୱାଇଁ,ବାବାଜୀ ଜେନା,ପାଗଲ ସେନାପତି, ଛବିନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ବିବେକାନନ୍ଦ ବାରିକ, ନିତ୍ୟାନନ୍ଦ ବିଶ୍ୱାଳ, ଉମେଶ ବିଶ୍ୱାଳ, ପ୍ରଶାନ୍ତ ଦଳାଇ, ପବିତ୍ର ପଣ୍ଡା, ରଶ୍ମିରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।