ସୁନ୍ଦରାପାଳ ଠାରେ ମା ଗଡ଼ଚଣ୍ଡୀ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ

ହାଟଡିହି (ଓ୍ବାଇଏନଏସ) : ଗଡ଼ଚଣ୍ଡୀ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ସୁନ୍ଦରାପାଳର ପ୍ରାଣବଲ୍ଲବ ମିନି ଷ୍ଟାଡିଅମ ଠାରେ ଚାଲିଥିବା  ଗଡ଼ଚଣ୍ଡୀ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଚିତା କର୍ଷକ ଭାବେ ଶେଷ ହୋଇଛି। ଦୁଇ ଦୁଇ ଥର ଟାଇ ହେବା ପରେ ଟସ ମାଧ୍ୟମରେ ଯୁନାଇଟେଡ଼ ଇଲେଭେନ ବ୍ରହ୍ମପୁର ବିଜୟ ହାସଲ କରି ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଛି। ଆର ସି ସି ରାଉରକେଲା ପ୍ରଥମେ ଟସ ଜିତି ଫିଲଡିଂ କରିବାର ନିଷ୍ପତି ନେଇଥିଲା। ଯୁନାଇଟେଡ଼ ଇଲେଭେନ ବ୍ରହ୍ମପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୩୧ ରନ କରିଥିଲା । ଦଳ ପକ୍ଷରୁ ଇଲୁ ଗୋଛାୟତ ସର୍ବାଧିକ ୩୧ରନ କରିଥିଲେ। ତାର ଜବାବରେ ଆର ସି ସି ରାଉରକେଲା ୨୦ ଓଭରରେ  ସମସ୍ତ ଉଇକେଟ ହରାଇ ସମାନ ୧୩୧ ରନ କରି ମ୍ୟାଚକୁ ଟାଇ କରିଥିଲା । ଏପରିକି ଦୁଇ ଦୁଇଥର ସୁପର ଓଭର ମ୍ୟାଚ ଖେଳାଯାଇଥିଲେବି ତାହା ମଧ୍ୟ ଟାଇ ହୋଇଥିଲା। ପରେ ଯୁନାଇଟେଡ଼ ଇଲେଭେନକୁ ଟସ ମାଧ୍ୟମରେ ବିଜୟୀ ଘୋଷଣା କରାଯାଇଥିଲା। ଯୁନାଇଟେଡ଼ ବ୍ରହ୍ମପୁର ର ଆକ୍ରମ ଖାଁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଆସନ୍ତା କାଲି ସି.ଏ.ସି ଇଞ୍ଜାନପୁର ଯାଜପୁର ଏବଂ ଯୁନାଇଟେଡ଼ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସାର୍ଥକ ରଞ୍ଜନ ବିଶ୍ୱାଳ ଓ ବିଜୟ କୁମାର ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ସୁଶାନ୍ତ ବେହେରା ଖେଳର ଧରାବିବରଣି ପ୍ରଦାନ କରିଥିବା ବେଳେ ସ୍ମୁରାଳ ସାହୁ, ଜ୍ୟୋତି ରଞ୍ଜନ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ସଭାପତି ସୁଧାଂଶୁ ଭୂଷଣ ମଲ୍ଲିକ, ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ଜନ୍ମଜୟ ପାତ୍ର, ପ୍ରଦ୍ୟୁମ୍ନ ରାଉତ,  ଦେବବ୍ରତ ରାଉତ, ତରଣୀସେନ ମଲ୍ଲିକ,  ଖଗେଶ୍ୱର ମଲ୍ଲିକ, ଧନଞ୍ଜୟ ପାତ୍ର, ପ୍ରିୟବ୍ରତ ରାଉତ, ବିକାଶ ପରିଡା, ସତ୍ୟବ୍ରତ ରାଉତ, ଗଣନାଥ ସାହୁ, ରତ୍ନାକର ସାହୁ  ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ