ମଝିପଡାରେ ମା’ କୁତାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦା(ମଝିପଡା)ଗ୍ରାମର ପରମଆରଧ୍ୟା ଦେବୀ ମା’କୁତାମଚଣ୍ଡୀଙ୍କର ନବ ନିର୍ମିତ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛଅ ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ମନ୍ଦିର ପରିସରରୁ ୧୦୮ କଳସ ଶୋଭାଯାତ୍ରାରେ ନିଆଯାଇ ବନ୍ଧମୁଣ୍ଡାସ୍ଥିତ ଯମୁନା ସ୍ନାନ ଦୋଳ ମେଳନ ଘାଟରୁ ପୂର୍ଣ୍ଣ କଳସ ଅଣାଯାଇ ସ୍ଥାପନ କରାଯାଇଥିଲା। ପରେ ଯଥାରିତି ପୂର୍ବକ ପୂଜାପାଠ କରାଯାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ ସମାପନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ,ପଂଚୁ ଦୋଳ ମେଳନ କରାଯିବା ସହ ସଂଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କର୍ତାକର୍ତୀଭାବେ ବୈରାଗୀ ମହାରଣା ଓ ତାଙ୍କ ଧର୍ମପତ୍ନୀ, ଗୌରାଙ୍ଗ ସାହୁ ଓ ତାଙ୍କ ଧର୍ମପତ୍ନୀ ଏବଂ ବିଦ୍ୟାଧର ସାହାଣୀ ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ