ମହାକାଳପଡା ପଂଚାୟତର ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ

ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ୍ ମହାକାଳପଡା ପଂଚାୟତର ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ସରପଞ୍ଚ ପ୍ରଜ୍ଞା ପରମିତା ପରିଡାଙ୍କ ସମର୍ଥୀତ ମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସମିତିସଭ୍ୟ ପ୍ରଭାସ ରଞ୍ଜନ ପରିଡା ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରାପଡା ଜିଲା ଅନ୍ତର୍ଗତ କୁରୁଜଙ୍ଗାଠାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କୁଞ୍ଜ ବିହାରୀ ପରିଡା, ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ସ୍ମୃତିରଞ୍ଜନ ପରିଡା, ଶିବପ୍ରସାଦ ସିଂ, ଉତମ ଜେନା, ଗୌରାଙ୍ଗ ମଲିକ, ପ୍ରଶାନ୍ତ ରାଉତ, ପ୍ରକାଶ ରାଉତ, ଶୈଳେନ୍ଦ୍ର ମଲିକ, ଶୁକଦେବ ରାଉତ, ଶୁଶାନ୍ତ ପରିଡା, ମିହିର ମଲିକ, ଅଶୋକ ବେହେରା, ରାଜ କିଶୋର ମଲିକ, ଅଜୟ ସାମଲ, ଦୀପ୍ତି ରଞ୍ଜନ ନାୟକ, ଶ୍ରୀନିବାସ ଜେନା, ଗୋଲଖ ଜେନା ପ୍ରମୁଖ ଶତାଧିକ ଛାମୁଆ କର୍ମୀମାନେ ଏଠାରେ ଯୋଗଦେଇ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ମହିଳା ସରପଞ୍ଚ ଶ୍ରୀମତୀ ପରିଡାଙ୍କ ସମୟରେ ନିର୍ମାଣ ହୋଇଥିବା କୀର୍ତନ ମଣ୍ଡପ, ଦାଣ୍ଡ ମହାକାଳ ଓ ବିଲ ମହାକାଳ ପୀଠର ପୁନଃଉଦ୍ଧାର, ଦୁର୍ଗମ ଅଂଚଳକୁ ସଂଯୋଗୀକରଣ ରାସ୍ତାଆଦି ବହୁମୁଖୀ ଉନ୍ନତି ସମ୍ଭବ ହୋଇଥିବାରୁ କର୍ମୀମାନେ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ । ସମସ୍ତେ ସହଯୋଗ କରି ଏହି ପଂଚାୟତକୁ ବ୍ଲକ୍‌ରେ ୧ ନମ୍ବର ସ୍ଥାନରେ ପହଞ୍ଚାଇବାକୁ ସରପଞ୍ଚଙ୍କ ପ୍ରତିନିଧ‌ି ସ୍ମୃତିରଞ୍ଜନ ପରିଡା କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଶେଷରେ ବିରେନ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ