ମହାଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ପାଇକସାହି ସ୍ଥିତ ମହାଲକ୍ଷ୍ମୀ ପୂଜା ପଡିଆ ଠାରେ ମହାଲକ୍ଷ୍ମୀ ପୂଜା କମିଟି ଓ ବିଜୁ ପଟ୍ଟନାୟକ ଯୁବ ସଂସଦ ମିଳିତରେ ଅନୁଷ୍ଠିତ ୩୮ତମ ମହାଲକ୍ଷ୍ମୀ ପୂଜା ମହା ଆଡମ୍ବରର ସହ ମାଆଙ୍କ ମେଲାଣି ବା ଭସାଣି ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ପୁରହିତ ଜଗବନ୍ଧୁ ପଣ୍ଡାଙ୍କ ପୌରହିତ୍ୟରେ ଗତ ନଭେମ୍ବର ୨୨ ତାରିଖ ଗୁରୁବାର ଠାରୁ ଆରମ୍ବ ହୋଇଥିବା ବେଳେ ଦୀର୍ଘ ୧୮ ଦିନ ପୂଜା ଅନୁଷ୍ଠିତ ହୋଇଥିଲା,ଶେଷ ଦିନରେ ପୂଜା ମଣ୍ଡପ ଠାରେ ମୁଖ୍ୟ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ସମେତ ସହଯୋଗୀ ପୁରହିତ ଭାବେ ଶ୍ୟାମ ସୁନ୍ଦର ଦାସ,ନିକୁଞ୍ଜ ଶତପଥୀ, ସଦାନନ୍ଦ ମହାପାତ୍ର,ସୁରେଶ ରଥ,ଅଶୋକ କର,ମଙ୍ଗଳା ସାବତ, ସୁନୀଲ ଚୌଧୁରୀ,ବବୁଲୁ ପଣ୍ଡା ପ୍ରମୁଖ ବୈଦିକ ରୀତିନୀତି ଅନୁସାରେ ପୂର୍ଣ୍ଣାହୁତି ଓ ହୋମଯାଜ୍ଞ ସହ ବିଭିନ୍ନ ପୂଜାର୍ଚ୍ଚନା କରିଥିଲେ,ପୂଜାରେ ମୁଖ୍ୟ କର୍ତା ଭାବେ ଅରକ୍ଷିତ ମାର୍ଥା ଓ କୌତୁକି ମାର୍ଥା କାର୍ଯ୍ୟ ତୁଲାଇଥିଲେ,ବାବୁଲା ମାଳି,କହ୍ନେଇ ଗୌଡ଼ ସହଯୋଗ କରିଥିଲେ,ଏହି ଅବସରରେ ପୂଜା କମିଟିର ଆବାହକ ପୂର୍ଣଚନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ପାରମ୍ପରିକ ବାଦ୍ୟ ସହ ମାଆ ଲଷ୍ମୀଙ୍କ ମେଲାଣି ବା ବିସର୍ଜନ ସହ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମାଆ ଲଷ୍ମୀଙ୍କ ସମେତ ଗଣେଶ ଓ ମାଆ ସରସ୍ବତୀଙ୍କୁ ନେଇ ସହର ପରିକ୍ରମା କରିବା ସହ ନିକଟସ୍ଥ ସିରିପୁର ପୋଖରୀ ଠାରେ ବିସର୍ଜନ କରାଯାଇଥିଲା,ଉକ୍ତ ଭସାଣି ବେଳେ ମୁଖ୍ୟ ଆକର୍ଷଣ ଭାବେ ଶୂନ୍ୟରେ ଜୋକର, ମୁଣ୍ଡ ବିହୀନ ମଣିଷ,ଶୂନ୍ୟରେ ସାଇକେଲ ଚଳାଇବା, ଦୁଇ ମୁଣ୍ଡିଆ ମଣିଷ ଭଳି କିଛି କଳାକୁଞ୍ଜ ମନୋରଞ୍ଜନ କରାଯାଇଥିଲା,ଏହି ଭସାଣି ଉତ୍ସବରେ ବିଜୁ ପଟ୍ଟନାୟକ ଯୁବ ସଂସଦ ଓ ମହାଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ମାନଙ୍କ ସମେତ ସାହିର ମହିଳା ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ, ଚଳିତ ବର୍ଷ ପୂଜା ଦୀର୍ଘ ୧୮ ଦିନ ଧରି ଶାନ୍ତି ଶୃଙ୍ଖଳାର ସହ ସମ୍ପୂର୍ଣ ହୋଇଥିବାରୁ କମିଟି ତରଫରୁସ୍ଥାନୀୟ ପ୍ରଶାସନ,ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସମେତ ମୁନିଗୁଡାର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ଆସନ୍ତା ବର୍ଷ ପୁଣି ନୂଆ ମନ,ନୂଆ ରଙ୍ଗ ସହ ମହା ଆଡମ୍ବରର ପାଳନ କରାଯିବ ବୋଲି ପୂଜା କମିଟିର ଆବାହକ ପୂର୍ଣଚନ୍ଦ୍ର ଗୌଡ଼ ଓ ବିଜୁ ପଟ୍ଟନାୟକ ଯୁବ ସଂସଦର ସଭାପତି ଚକ୍ରପାଣି ମାର୍ଥା ପ୍ରକଶ କରିଛନ୍ତି,


