ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ): ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି ପୂର୍ବାହ୍ନରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ କୃଷି,ପଶୁପାଳନ, ଶିକ୍ଷା, ଉଦ୍ୟାନ କୃଷି , ସ୍ୱାସ୍ଥ୍ୟ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯିବା ସହ ପୂର୍ବ ଅନୁମୋଦିତ କାର୍ଯ୍ୟ ସମ୍ପର୍କରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯାଇଥିଲା । ବୈଠକରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପୂରଣ , ବିଦ୍ୟାଳୟ ଉନ୍ନତିକରଣ, ଡେପୁଟେସନ୍ ରେ ଥିବା ଶିକ୍ଷକ ମାନଙ୍କ ନିଜସ୍ଵ ସ୍ଥାନକୁ ବଦଳି ନିମନ୍ତେ ଆଲୋଚନା କରାଯାଇଥିଲା । ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଜନିତ ସମସ୍ୟା ଗୁଡିକର ସମାଧାନ କରିବା ସହିତ ଉପଯୁକ୍ତ ତଥ୍ୟ ଓ ପ୍ରମାଣପତ୍ର ଥିବା ଲୋକଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା, ନୂତନ ରାସ୍ତା ନିର୍ମାଣ ଓ ମରାମତି, ଡ୍ରେନେଜ ନବୀକରଣ ଓ ଡ୍ରେନେଜ ଯୋଗୁ ସୃଷ୍ଟି ହେଉଥିବା କୁତ୍ରିମ ବନ୍ୟା ର କିଭଳି ତୁରନ୍ତ ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ଗୁଡିକର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପକେଇବା ଓ ଅନାବଶ୍ୟକ ସ୍ଥଳେ ଖୁଣ୍ଟ ଗୁଡିକୁ ହଟାଇବା ନେଇ ଟିପିସିଓଡ଼ିଏଲ ( TPCODL) ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କଟକ ଏକ କୃଷି ନିର୍ଭରଶୀଳ ଜିଲ୍ଲା, ଉପଯୁକ୍ତ ଜଳସେଚନ ସହ କୃଷିକାର୍ଯ୍ୟର ଆବଶ୍ୟକତାକୁ ଦ୍ରୁଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ସେବାର ସମୟ ପରିବର୍ତ୍ତନ ଓ ଲୋକମାନଙ୍କ ସୁବିଧା ଏବଂ ଆବଶ୍ୟକ ସ୍ଥଳେ ବସ୍ ଚଳାଚଳର ନୂତନ ରହଣିସ୍ଥଳ ନେଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏଥି ନିମନ୍ତେ ଦ୍ରୁଷ୍ଟି ଦେବାକୁ କହିଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ କାର୍ଯ୍ୟ ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ମିଶନ ଶକ୍ତି ଏବଂ ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣ ମୂଳକ ଆଦି ଯୋଜନାର ସମୀକ୍ଷା କରାଯାଇଥିଲା । ନିର୍ବାଚନ ମଣ୍ଡଳୀର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ଏହାର ତ୍ଵରିତ ସମାଧାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବିଶେଷ କରି ରାଜନୈତିକତାରୁ ଊର୍ଦ୍ଧ୍ଵରେ ରହି ନିରପେକ୍ଷ ଭାବେ ଚାଷ କାର୍ଯ୍ୟରେ ବିହନ ବଣ୍ଟନ କରିବା ନିମନ୍ତେ ବିଭାଗୀୟ କର୍ମଚାରୀ ମାନଙ୍କୁ ବୈଠକରେ ମାନ୍ୟବର ବିଧାୟକ ନିର୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କମଳଜିତ୍ ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ , ଉପଜିଲ୍ଲାପାଳ କଟକ ସଦର, ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ , ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଂଗୀତା ସାହୁ ଏବଂ ଉପନିର୍ଦେଶକ, ବିଶ୍ଵରଞ୍ଜନ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ