ହାଟଡିହିର ବିଭିନ୍ନ ଅଞ୍ଚଳରେ ମହାଶିବରାତ୍ରୀ ପାଳିତ
ହାଟଡ଼ିହି (ଓ୍ବାଇଏନଏସ) : ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ମହା ଶିବରାତ୍ରୀ ପାଳିତ ହୋଇଯାଇଛି । ଆଜି ଭୋର ସମୟରୁ ଏଥିପାଇଁ ସମସ୍ତ ମନ୍ଦିର ମାନଙ୍କରେ ସ୍ଵତନ୍ତ୍ର ରିତୀନୀତି ଅନୁଯାଇ ପୂଗର୍ଜନା କରାଯାଇ ଥିବାବେଳେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଦ୍ବୀପଜାଳି ମାନସିକ ପୁରଣ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶାସଙ୍ଗ ଶିଖରେଶ୍ଵର ମନ୍ଦିର, ବଞ୍ଚୋର ବଟେଶ୍ଵର ମନ୍ଦିର, ସଢ଼ାର ବୈଦ୍ୟନାଥ ମନ୍ଦିର, ହାଟଡିହିର ହଟକେଶ୍ବର ମନ୍ଦିର, ଛେନାପଦିଛକର ବିଶେଶ୍ଵର ମହାଦେବ ମନ୍ଦିର, କୁଣ୍ଡିସାହିର କପିଳେଶ୍ବର ମନ୍ଦିର, ଛେନାପଦିର ବନେଶ୍ଵର ମନ୍ଦିର, ଜଳକଳଙ୍ଗର ଜଳେଶ୍ଵର ମନ୍ଦିର, ହାବଳେଶ୍ଵର ମହାଦେବ ମନ୍ଦିର, ମୁଗୁପୁରର ଉତ୍ତରେଶ୍ଵର ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ମନ୍ଦିର ପରିରିଚାଳନା କମିଟି ଗୁଡିକ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା କରଯାଉଛି। ସଢ଼ା ବୈଦ୍ୟନାଥ ମନ୍ଦିରରେ ସକାଳୁ ସକାଳୁ ପ୍ରଭୂଙ୍କର ରିତିକାନ୍ତୀ ସରିବାପରେ ପହଡ ଖୋଲଯିବାପରେ ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ପୂଜାର୍ଜନା କରିଥିଲେ । ଶ୍ରଦ୍ଧାଳୁମାନେ ଠାକୁରଙ୍କ ଉପରେ ଛତାଚଢ଼ାଇ ମନ୍ଦିର ପ୍ରାଙ୍ଗଣରେ ଦ୍ବୀପଜାଳି ମାନସିକ ବ୍ରତ କରୁଛନ୍ତି । ବାରଶହ ବର୍ଷର ଏହି ପୁରାତନ ଶୈବ ପୀଠରେ ପ୍ରତିବର୍ଷ ଶିବରାତ୍ରୀ ଅବସରରେ ହରିହରଙ୍କ ମିଳନ ହୁଏ ବୋଲି ପ୍ରବାଦ ରହିଛି । ସେଥିଲାଗି ପଣ୍ଡିତ ମାନଙ୍କ ଦ୍ବାରା ହରିହାଟ କାର୍ଯ୍ୟ ଚାଲୁରହିଛି । ଏଠାରେ ଶତାଧିକ ଦୋକାନ ପସରା ମେଲେଇଥିବା ବେଳେ ଦୋଳି, ସର୍କସ ଆଦି ପଡିଛି। ସେହିପରି କୁଣ୍ଡିସାହିର କପିଳେଶ୍ଵର ମନ୍ଦିରରେ ରାଧାକୃଷ୍ଣ ପତିଙ୍କ ସଂଯୋଜନାରେ ଅହୋରାତ୍ର ନାମସଙ୍କିର୍ତ୍ତନ ଚାଲୁ ରହିଛି । ରାତି ୧୦ଟା ବେଳେ ମହାଦୀପ ଉଠାଯାଇଛି । ସେହିପରି ହାଟଡିହି ହଟକେଶ୍ଵର ମନ୍ଦିରରେ ବହୁ ଆଡମ୍ବରପୁର୍ଣ ସହକାରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି । ଶହ ଶହ ଭକ୍ତ ନିଜ ନିଜର ମାନସିକ ପୂରଣ ପାଇଁ ମନ୍ଦିର ପରିସରରେ ଦ୍ଵୀପ ଜାଳି ବସିଛନ୍ତି। ସେହିପରି ମୁଗୁପୁରର ଉତ୍ତରେଶ୍ଵର ମନ୍ଦିରରେ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଭକ୍ତମାନେ ଧାଡିବାନ୍ଧି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି ଛେନାପଦିଛକ ବିଶେଶ୍ଵର ମନ୍ଦିରରେ ଆଜି ଦିନ ତମାମ ହଜାର ହଜାର ଭକ୍ତଙ୍କ ଗହଳି ଲାଗି ରହିଥିଲା । ଭକ୍ତମାନେ ମା’ତାରିଣୀଙ୍କ ଦର୍ଶନ କରିବା ସହିତ ବିଶେଶ୍ଵର ମହାଦେବଙ୍କ ପାଖରେ ଭୋଗଲାଗି କରିଥିଲେ । ଏହି ଉପଲକ୍ଷେ ମନ୍ଦିର ପରିସରରେ ମହେଶ୍ଵର ସା, ପାର୍ବତୀ ସାଙ୍କ ପୌରହିତ୍ୟରେ ହୋମଯଜ୍ଞ କରାଯିବା ସହିତ ପଣ୍ଡିତ ମାନଙ୍କ ଦ୍ୱାରା ପୁଜାର୍ଜନା କରାଯାଇଥିଲା । ସନ୍ଧ୍ୟାରେ ଭକ୍ତମାନେ ନିଜ ମନସ୍କାମନା ପୁରଣ ପାଇଁ ପ୍ରଭୁଙ୍କ ନିକଟରେ ଦ୍ବୀପଜାଳି ବସିଥିବା ଦେଖିବାକୁ ମିଳିଥିଲା । ଉକ୍ତ ମାନଙ୍କ ପାଇଁ ଦିନ ତମାମା ଅନୁପ୍ରସାଦ ବଣ୍ଟନ କରାଯାଇ ଥିବାବେଳେ ରାତି ୯ ଟାବେଳେ ମହାଦ୍ବୀପ ଉଠିଥିଲା। ଶାସଙ୍ଗ ଶିଖରେଶ୍ଵର ମନ୍ଦିରରେ ରାତି ୯ଟାବେଳେ ମହାଦୀପ ଉଠିଥିବା ବେଳେ ସଢ଼ାରେ ରାତି ସାଢ଼େ ୧୧ଟାରେ, ଉତ୍ତରେଶ୍ୱର ମନ୍ଦିରରେ ରାତି ୧୦ଟା ୫୦ରେ ହଟକେଶ୍ଵର ମନ୍ଦିରରେ ରାତି ୧ଟାରେ ମହାଦ୍ଵୀପ ଉଠିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର କମିଟି ପକ୍ଷରୁ କୁହା ଯାଇଛି।


