ଦାରୁପ୍ରାପ୍ତିସ୍ଥାନରେ ମହାଯଜ୍ଞ : ଭାରତ ବିଜୟ ପାଇଁ ଆହୂତୀ
ଭୁବନେଶ୍ୱର/ଖୋର୍ଦ୍ଧା (ଓ୍ବାଇଏନଏସ): ଖୋର୍ଦ୍ଧାର ଦାରୁପ୍ରାପ୍ତିସ୍ଥାନ ଦଧିମାଛ ଗାଡ଼ିଆ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନୟନ ସମିତି ପକ୍ଷରୁ ମନ୍ଦିର ପ୍ରତିଷ୍ଠାର ସପ୍ତବିଂଶତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ବର୍ତମାନ ପାକିସ୍ଥାନ ସହ ଆମ ଦେଶର ଯୁଦ୍ଧ ଚାଲିଥିବାରୁ ଭାରତର ସୁବର୍ଣ୍ଣ ବିଜୟ ପାଇଁ ଆହୂତି ଦିଆଯାଇଛି। ଏହି ମହାଯଜ୍ଞରେ ଆସନ୍ତା ୧୧ତାରିଖ ଚାଲିବ। ପ୍ରତିଦିନ ବିଭିନ୍ନ ସାଧୁ ସନ୍ଥଙ୍କ ଦ୍ୱରା ପ୍ରବଚନ ଓ ଭଜନ କିର୍ତନ କରାଯିବ। ୮ତାରିଖ ସନ୍ଧ୍ୟାରେ ଅଙ୍କୁର ରୋପଣ କରାଯାଇଥିବା ବେଳେ ୯ତାରିଖ ସକାଳୁ ରାମଚରିତ ମାନସ ପରାୟଣ କରାଯାଇଥିଲା। ତେବେ ଭାରତ ଯୁଦ୍ଧରେ ବିଜୟ ପାଇଁ ସକାଳୁ ୧୦୮ ହନୁମାନ ଚାଳିଶା ପାଠ କରାଯିବା ସହ ମହାଯଜ୍ଞରେ ଆହୂତୀ ପ୍ରଦାନ କରାଯାଇଥିଲା। ଏହା ଆସନ୍ତା ୧୧ତାରିଖରେ ଅପରାହ୍ନ ୫ଟାରେ ପୂର୍ଣ୍ଣାହୁତୀ ଆୟୋଜିତ ହୋଇଛି। ଏଥିରେ, ମନ୍ତ୍ରୀ, ସାଂସଦ, ବିଧାୟକ, ନ୍ୟାୟଧୀଶ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବା କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଥାଉକି, ୧୯୯୬ମସିହାରେ ଏହି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିଲା।