ଆଇନ ଆଗରେ ମୁଣ୍ଡ ନୁଆଇଁଲେ ମହୀଧରପଡା ମେଡିକାଲ କର୍ତ୍ତୃପକ୍ଷ
କଟକ,(ଓ୍ବାଇଏନଏସ): କଟକଜିଲ୍ଲା ନିଆଳୀ ନିର୍ବାଚନମଣ୍ଡଳୀ ମହୀଧରପଡା ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ କଟକ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଆଶା ଚୟନରେ କରିଥିବା ବେଆଇନ କାର୍ଯ୍ୟକଳାପ ପଣ୍ଡହେଲା। ନିଜଲାଭ ପାଇଁ କରିଥିବା ବେଆଇନ ନିଯୁକ୍ତି ବାତିଲକରି ଯୋଗ୍ୟପାର୍ଥୀଙ୍କୁ ନିଯୁକ୍ତି ଦେଲେ। ଘଟଣାରୁ ପ୍ରକାଶ ମହୀଧରପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଅନ୍ଧଟି ଗ୍ରାମରେ ଖାଲିଥିବା ଆଶା ନିଯୁକ୍ତି ପାଇଁ ମେଡିକାଲ କତୃପକ୍ଷ ତା ୧୬ମେ ୨୦୨୫ରେ ବିଜ୍ଞାପନଦେଲେ। ଆଶାପାଇଁ ଗ୍ରାମର ୧୨ଜଣ ପାର୍ଥିନୀ ଦରଖାସ୍ତ ଦେଲେ। ୧୨ଜଣମଧ୍ୟରୁ ସଂକ୍ଷିପ୍ତ୩ଜଣଙ୍କ ତାଲିକା ପ୍ରକାଶିତ ହେଲା ଓ ସେମାନଙ୍କମଧ୍ୟରୁ ଜଣେ ପାର୍ଥୀଙ୍କୁ ନିଯୁକ୍ତିଦିଆଗଲା। ଯୋଗ୍ୟତାର ସବୁଠାରୁ ଗୁରୁତ୍ୱଥିଲା ପାର୍ଥିନୀଙ୍କ ବୟସସୀମା। ବିଜ୍ଞାପନ ଅନୁଯାଇ ସର୍ବନିମ୍ନ ୨୫ ଓ ସର୍ବୋଚ୍ଚ ୪୫ବର୍ଷହେବା ଆବଶ୍ୟକ। କିନ୍ତୁ ଦୁଃଖରକଥା ଆଶାଭାବେ ଯାହାଙ୍କୁ ଚୟନକରାଗଲା ତାଙ୍କର ବୟସ ୨୫ବର୍ଷରୁ କମଥାଇ କିପରି ଚୟନ କରାଗଲା ତାହାସବୁଠାରୁ ଆଶ୍ଚର୍ଯ୍ୟ ବିଷୟ। ଏହି ଅନ୍ୟାୟ ପ୍ରତିବାଦରେ ଉପେକ୍ଷିତ ଅନ୍ୟ ଦୁଇପାର୍ଥିନୀ ବିଶିଷ୍ଟ ସାମାଜିକ କର୍ମୀ କୃଷକନେତା ଲଢୁଆସାଥି ବିନାୟକ ବେହେରାଙ୍କ ସହଯୋଗରେ ପ୍ରତିବାଦ ଆରମ୍ଭ କଲେ। ପ୍ରଥମେ ମହୀଧରପଡା ସୁପରିଟେଣ୍ଡେଣ୍ଟ ଓ ଚୟନ କମିଟିରେଥିବା ଅନ୍ୟ ଅଧିକାରୀଙ୍କୁ ଭେଟିବାପରେ ବେଆଇନି ନିଯୁକ୍ତି ବାତିଲକରିବାସହ ମେଧାତାଲିକାରେ ଥିବା ଅନ୍ୟଦୁଇଜଣ ପାର୍ଥିନୀଙ୍କ ମଧ୍ୟରୁ ଶ୍ରେଷ୍ଠଯୋଗ୍ୟ ପାର୍ଥୀଙ୍କୁନିଯୁକ୍ତି ଦିଆଯିବବୋଲି ପ୍ରତିଶୃତିମିଳିଲା। କିନ୍ତୁ ଦୁଖରକଥା ମେଡିକାଲ କର୍ତ୍ତୃପକ୍ଷ ପ୍ରଥମ ବିଜ୍ଞାପନକୁ ବାତିଲକରି ଦ୍ୱିତୀୟ ବିଜ୍ଞାପନ ପ୍ରକାଶ କଲେ। ଏହିଭୁଲକାର୍ଯ୍ୟହେତୁ ପୁଣିଥରେ କଟକ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଭେଟି ନିରାଶ ହେଲାପରେ ସଂଗ୍ରାମ ଆରଂଭକଲେ ବିନାୟକ। ଜିଲ୍ଲାପାଳ, ସ୍ୱାସ୍ଥ୍ୟସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଦେବାସହ ସୂଚନା ଅଧିକାର ଆଇନରେ ଆଶା ନିଯୁକ୍ତି ସମ୍ପକରେ ସମସ୍ତ ତଥ୍ୟ ମାଗିଲେ। ଶେଷରେ ମେଡିକାଲ ଅଧିକାରୀ ନିଜଭୁଲସୁଧାରି ମେଧାତାଲିକାରେଥିବା ଏକନମ୍ବର ପାର୍ଥିନୀ ମାମାଲି ଦାସଙ୍କୁ ଆଶାରୁପେ ନିଯୁକ୍ତି ଦେଲେ। ନିଜ ଲଢେଇରେ ନ୍ୟାୟ ମିଳିଥିବାରୁ ଖୁସିପ୍ରକାଶକରି ପ୍ରତିକ୍ରିୟାରେ ବିନାୟକ କୁହନ୍ତି ନିଜ ଲାଭପାଇଁ ସରକାରୀ ନିୟମକୁ ବେଖାତିରକରି ଯୋଗ୍ୟ ପାର୍ଥୀଙ୍କୁ ନ୍ୟାୟରୁ ବଞ୍ଚିତକରି ମାନସିକ ଯନ୍ତ୍ରଣା ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପପାଇଁ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେବେବୋଲି ଆଶା ରଖିବାସହ ଅନୁରୋଧ କରିଛନ୍ତି।