ମହିମା ଅଲେଖଙ୍କ ବାଲ୍ୟଲୀଳା ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗତକାଲି ଚୈତ୍ର ଶୁକ୍ଳ ପକ୍ଷ୍ୟ ଚତୁର୍ଦ୍ଦଶୀରେ ମହିମା ଅଲେଖଙ୍କ ବାଲ୍ୟଲୀଳା ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସ୍ଥିତ ମହିମା ଅଲେଖ ଟୁଙ୍ଗିଠାରେ ଥିବା ଶୂନ୍ୟ ମନ୍ଦିର ଦୀପ ଉଠାଇ ମହିମା ଅଲେଖ ଧ୍ବନି ଡାକ ଦେଇଥିଲେ । ପତର ଚୁଡା ଭୋଗ, ମାଟି ହାଣ୍ଡିରେ ଟେକି ମହିମା ଅଲେଖ ଡାକ ଦେଇଥାନ୍ତି । ଏହି ପରମ୍ପରା ପ୍ରାୟ 200 ବର୍ଷରୁ ଉର୍ଦ୍ଧ ହେବ ପାଳିତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପୂଜା କାର୍ଯ୍ୟ ସରିଲା ପରେ ନିକଟସ୍ଥ ଗ୍ରାମାଞ୍ଚଳ ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏହି ପ୍ରସାଦ ସେବନ ପାଇଁ ଛୋଟଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥାନ୍ତି । ଏହି ଟୁଙ୍କିରେ ଢେଙ୍କାନାଳ ମହିମା ଗାଦିରୁ ଅଲେଖ ବାବାମାନେ ଆସି ଯଜ୍ଞ ପୂଜା କରିଥାନ୍ତି । ଏଥି ସହ ଜଙ୍ଗଲପାଡୁ ଗ୍ରାମାଞ୍ଚଳର ଚନ୍ଦ୍ରମୋହନ ସାମଲ, ଗଣେଶ ସାମଲ, ବାବୁଲି ସାମଲ, ରାଉତ ଭିମୁଡୁ ମହିମା ଅଲେଖ ପୂଜା କରିଥାନ୍ତି।


