ହତ୍ୟାଉଦ୍ୟମ ଘଟଣାର ଜେଲ ଗଲା ମୁଖ୍ୟ ଅଭିଯୁକ୍ତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମର ଟୁନା ଚୌଧୁରୀ ଙ୍କୁ ହତ୍ୟା ଉଦ୍ୟମ ଘଟଣାର ମୁଖ୍ୟ ଅଭିଯୁକ୍ତ ପି.କ୍ରିଷ୍ଣା ରେଡ୍ଡୀ ଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ରାଜ କିଶୋର ପାତ୍ର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବି. ତୁରୁବୁଡି ଗ୍ରାମର ଶ୍ରମିକ ଠିକାଦାର ପି. ତ୍ରିନାଥ ରେଡ୍ଡୀଙ୍କ ସହ ଟୁନା ଙ୍କ ମଧ୍ୟରେ ଜମି ମାଲିକାନା କୁ ନେଇ ବିବାଦ ଲାଗି ରହିଥିଲା। ପୂର୍ବ ଯୋଜନା ପ୍ରକାରେ ତ୍ରିନାଥ ଙ୍କ ପୁଅ କ୍ରିଷ୍ଣା ଗତ ନଭେମ୍ବର ୧୩ ତାରିଖ ସନ୍ଧ୍ୟାରେ ଟୁନା ଚୌଧୁରୀ ସାଇକେଲ ଯୋଗେ ସାନ୍ଧ୍ୟ ଭ୍ରମଣ ରେ ଯାଉଥିବା ବେଳେ ଗାଁ ବଡ଼ ବନ୍ଧ ରାସ୍ତାରେ ଜବରଦସ୍ତ ଅଟକାଇ ଅନ୍ୟ ଜଣେ ସହଯୋଗୀ ଙ୍କ ଉପସ୍ଥିତିରେ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା।ଟୁନା ଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ଟୁନା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ. ୪୧୭/୨୫ ପ୍ରକାରେ ମକଦ୍ଦମା ରୁଜୁ କରିଥିଲେ।


