ପାରଳାଖେମୁଣ୍ଡିରେ ମକର ଉତ୍ସବ ସମାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବକୁ ବହୁ ଧୁମଧାମରେ ସ୍ଥାନୀୟ ହାଇଟେକ୍ ପ୍ଲାଜା ରାମନଗର ଠାରେ ପାଳିତ ହୋଇଯାଇଛି, ଉଭୟ ତେଲୁଗୁ ଓଡିଆ ଭାଷା ଭାଷୀ ଲୋକେ ମିଳିତ ଭାବେ ଏହି ଉତ୍ସବକୁ ଅତ୍ୟନ୍ତ ଆନନ୍ଦର ସହ 3 ଦିନ ଧରି ପାଳନ କରିଥିଲେ. ଏହି ଅବସରରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ଦ୍ଵାରା ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ପ୍ରଥମେ ହାଇଟେକ୍ ଗ୍ରୁପ ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ ଓ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପ୍ରଦୀପ ଉଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ, ଅଭିନେତ୍ରୀ ଶୀତଲ ପାତ୍ର । ସେଇଭଳି ଆନ୍ଧ୍ରରୁ ଆସିଥିବା ନୃତ୍ୟ ପ୍ରଦର୍ଶନ ଓ ପ୍ରିୟା ମହାପାତ୍ର, କିସର ବେହେରା, ହେମନ୍ତ ଯାଦବଙ୍କ ଗୀତରେ ଝୂମିଲେ ଦର୍ଶକ. ସେଇଭଳି ଦ୍ୱିତୀୟ ସନ୍ଧ୍ୟରେ ବିଶିଷ୍ଟ ତେଲୁଗୁ ହାସ୍ୟ ଅଭିନେତା ଆଲିକୁ ଦେଖିବା ପାଇଁ ଓ ତାଙ୍କ ହାସ୍ୟ ଅଭିନୟ ଦେଖିବାପାଇଁ ହଜାର ହଜାର ଦର୍ଶକ ସମବେତ ହୋଇଥିଲେ., ଏହି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ କଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବିଧାୟକ ଏମ.ଗୋବିନ୍ଦ ରାଓ, ଅନ୍ଦବାଲସା ବିଧାୟକ କେ. ରବି କୁମାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, ପାରଳା ବିଧାୟକ ରୁପେଷ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ.ପ୍ରବଳ ଶତ ସତ୍ୱେ 3 ଧରି ଆୟୋଜିତ ହୋଇଥିବା ଏହି ମକର ମେଳର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଶୀତକୁ ଖାତିର ନ କରି ବହୁ ସଂଖ୍ୟକ ଲୋକେ ସମାବେଶ ହୋଇଥିଲେ. ପାରଳାଖେମୁଣ୍ଡି ସ୍ଥିତ ରାମନଗର ଖେଳ ପଡିଆ ଠାରେ ମୟୁରି କ୍ରିକେଟ ଟିମ୍ ଦ୍ୱାରା ଏକ ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିଲା, ଏଥିରେ ରାଜ୍ୟର 8 ଗୋଟି ଦଳ ସାମିଲ ହୋଇଥିଲେ, ଏଥିରେ ଦୁଇ ବିଜେତା ଦଳକୁ ମକର ସଂକ୍ରାନ୍ତି ଉତ୍ସବ କାର୍ଯକ୍ରମରେ ସମସ୍ତ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କିଛି ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।


