ଭାଟିଆଶୁଣି ମକର ମେଳା ଆରମ୍ଭ

ହାଟଡ଼ିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ଶାଳଣିଆଁ ନିକଟସ୍ଥ ଗେଡମା ପଞ୍ଚାୟତର ଭାଟିଆଶୁଣୀ ପଡିଆରେ ଆରମ୍ଭ ହୋଇଛି ପବିତ୍ର ମକର ମେଳା ।  ୧୫ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶା କରାଯାଉଛି । ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା ଭାଟିଆଶୁଣୀଙ୍କ ନିକଟରେ ଆରମ୍ଭ ହୋଇଛି ହୋମଯଜ୍ଞ । ଆଜି ପ୍ରଭାତରୁ ବାଦଲ କୁମାର ଜେନା, ସନ୍ତୋଷ କୁମାର ଜେନା, ରଞ୍ଜନ କୁମାର ଧଳ,  ସୁଦର୍ଶନ ସ୍ୱାଇଁ, ବିଚିତ୍ର ନାୟକ, ସାମନ୍ତ ଚ଼ନ୍ଦ୍ର ଶେଖର ଜେନା, ଅର୍ଜୁନ ନାୟକ, ସୁଶାନ୍ତ ସାହୁ, ସଞ୍ଜୟ ଜେନା, ସନ୍ତୋଷ ଜେନା, ପ୍ରମୁଖ କର୍ତ୍ତା ଭାବେ କଳଶ ଶୋଭାଯାତ୍ରାରେ ସାମିଲ ହୋଇ କଲଶ ଗୁଡିକ ଯଜ୍ଞ ମଣ୍ଡପରେ ସ୍ଥାପନ କରିବାପରେ ପଣ୍ଡିତ ଶକ୍ତି ମିଶ୍ର, ଗୋପୀନାଥ ପାଣିଗ୍ରାହୀ, ଶଶିକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡାଙ୍କ ଦ୍ବାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେହିପରି ପୂଜକ ଗଦାଧର ଦେହୁରୀ,  ଅନାମ ଦେହୁରୀ, ହରିହର ଦେହୁରୀଙ୍କ ଦ୍ୱାରା ମା ଭାଟିଆଙ୍କ ପୁଜାର୍ଜନା ଚାଲୁ ରହିଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ହୋମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମାଙ୍କ ପାଖରେ ପୂଜାର୍ଚ୍ଚନା କରୁଛନ୍ତି । ଏଥିପାଇଁ ଆଜି ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା । ଭକ୍ତମାନେ ନିଜ ନିଜର ମାନସିକ ପୁରଣ ପାଇଁ ମା ଭାଟିଆଶୁଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଆଜି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମା’ ଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତିି ।  ଭକ୍ତମାନେ ସୁଚାରୁରୁପେ ପୂଜାର୍ଚ୍ଚନା କରିବା ପାଇଁ କମିଟି ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇ ଭକ୍ତମାନଙ୍କୁ ଧାଡିରେ ଛଡା ଯାଉଛି । ଶତାଧିକ ଭୋଗ ଦୋକାନ ସାଙ୍ଗକୁ ମାଟିଘୋଡାର ପସରା ମେଲିଛନ୍ତି କୁମ୍ଭକାର ମାନେ । ପ୍ରଥା ଅନୁଯାଇ ମା ଭାଟିଆଶୁଣୀଙ୍କ ନିକଟରେ ମାଟିଘୋଡା ବସାଇଲେ ନିଜର ମନସ୍କାମନା ପୂରଣ ହୋଇଥାଏ ବୋଲି ପ୍ରବାଦ ଅଛି । ଏଥିପାଇଁ ମାଟିଘୋଡାର ବେପାର ଭଲ ଜମିଥାଏ । ଆଖପାଖ ଗ୍ରାମର ୩୦ରୁ ଉର୍ଦ୍ଧ୍ଵ କୁମ୍ଭକାର ମାନେ ମାଟିଘୋଡାର ପସରା ଖୋଲିଛନ୍ତି।   ଏହି ମେଳାଟି ଏ ଅଞ୍ଚଳର ଏକ ପ୍ରମୁଖ ମେଳା ହୋଇଥିବାରୁ ଏହାକୁ ଉପଭୋଗ କରିଥାନ୍ତି ଅଞ୍ଚଳବାସୀ । ଏଥିପାଇଁ ଭଦ୍ରକ, ବାଲେଶ୍ବର, କଟକ ପ୍ରଭୃତି ସ୍ଥାନରୁ ବ୍ୟବସାୟୀମାନେ ଆସି ସେମାନଙ୍କ ପସରା ମେଲାଇଥାନ୍ତି । ବିଭିନ୍ନ ଘର କରଣା ସାମଗ୍ରୀ ସହିତ ଚାଟ, ଗୁପୁଚୁପର ଦୋକାନ ସବୁଠାରୁ ଅଧିକ ବସିଛି । କିମ୍ବଦନ୍ତୀ ଅନୁଯାୟୀ ପୁର୍ବେ ଏଠାରେ ଭାଟିଆ ବୋଲି ଏକ ଗ୍ରାମ ଥିବାବେଳେ ଗ୍ରାମଟି କାଳକ୍ରମେ ନିଶ୍ଚିନ୍ନ ହୋଇଯାଇଥିଲା । ମା ଏଠାରେ ଏକ ବୁଦାମୁଳେ ଥିବାବେଳେ, ସ୍ୱପ୍ନାଦେଶ ହେବାପରେ ବଣବୁଦା ସଫା କରାଯାଇ ମା” ଙ୍କୁ ସେହି ଲିମ୍ବଗଛ ମୁଳେ ରଖାଯାଇ ପୂଜା କରାଯାଉଛି । ମା” ଙ୍କ ପାଖରେ ଯେଉଁ ଭକ୍ତ ଯାହା ମାନସିକ କରି ମାଗିଛି ମା” ତାକୁ ଅଚିରେ ପୁରଣ କରନ୍ତି ବୋଲି ଲୋକମାନଙ୍କ ମନରେ ବିଶ୍ଵାଷ ଅଛି । ବାଦଲ ଜେନା, ଅଜୟ ନାୟକ, ସନ୍ତୋଷ କୁମାର ନାୟକ, ଭବିଷ୍ୟତ ଧଳ, ଚ଼ଗୁଣି ଜେନା, ନରେଶ ନାୟକ, ପ୍ରସନ୍ନ ଜେନା, ପ୍ରଦୀପ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ