ମା’ବଉଳାଶୁଣୀଙ୍କ ପୀଠରେ ମକର ମେଳା ଆରମ୍ଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ପବିତ୍ର ମକର ମେଳା ଉପଲକ୍ଷେ ବନ୍ତ ବ୍ଲକର ପ୍ରସିଦ୍ଧ ଠାକୁରାଣୀ ମା’ବଉଳାଶୁଣୀଙ୍କ ପୀଠ ଏବେ ଚଳ ଚଞ୍ଚଳ ହୋଇ ଉଠିଛି । ଦୀର୍ଘ ୬୧ ବର୍ଷ ଧରି ଏହି ପୀଠରେ ମକର ସଂକ୍ରାନ୍ତୀ ଉପଲକ୍ଷେ ମକର ମେଳା ଅନୁଷ୍ଠିତ ହୋଇ ଆସୁଛି । ବୁଧବାର ସକାଳେ ମା’ଙ୍କ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରିବା ସହ ଭୋଗ ଲଗାଇଥିଲେ । ପୂର୍ବାହ୍ନରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ କଳସ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଭାସ୍କର ଚନ୍ଦ୍ର ମହାନ୍ତି, ନାରାୟଣ ମିଶ୍ର, ଗୋପାଳ ବାରିକ, ପ୍ରଫୁଲ୍ଲ ନାୟକ, ଅଭିମନ୍ୟୁ ଦାଶ, କାଳନ୍ଦି ବେହେରା, ହରିହର ସୂତାର, ରମ୍ଭାମଣି ମହାନ୍ତି, ଉଷାରାଣୀ ମିଶ୍ର, ଗୌରୀ ବାରିକ, ସସ୍ମିତା ନାୟକ, ରେଖା ଦାଶ, ସୁକାନ୍ତୀ ବେହେରା, ହରପ୍ରିୟା ସୂତାର ପ୍ରମୁଖ କଳସ ଆଣିଥିଲେ । ପୂଜକ ଉପେନ୍ଦ୍ର ମିଶ୍ର, ବସନ୍ତ ମିଶ୍ର, ନାରାୟଣ ଦ୍ୱିବେଦୀ, ରମେଶ ଦ୍ୱିବେଦୀ ଯଜ୍ଞ କାର୍ଯ୍ୟ ତୁଲାଉଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ବାରିକ ସହଯୋଗ କରୁଛନ୍ତି । କୃଷ୍ଣ ଚନ୍ଦ୍ର ପଣ୍ଡା, ଭବାନୀ ଶଙ୍କର ପଣ୍ଡା ମା’ଙ୍କ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ମେଳା ୧୧ ଦିନ ଧରି ଚାଲିବ । କାର୍ଯ୍ୟକ୍ରମ ପରିଚାଳନାରେ ମା’ବଉଳାଣୁଣୀ ପୂଜା କମିଟିର ସଭାପତି ବାବାଜି ଚରଣ ଜେନା, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ମିଶ୍ର, ସମ୍ପାଦକ କିଶୋର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।


