କେବୁଲ ତାର ନଷ୍ଟ କରିଦେଲେ ଦୁର୍ବୁତ୍ତ : ୫ ହଜାର ଗ୍ରାହକ ଅସୁବିଧାର ସମ୍ମୁଖୀନ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକର ବିପୁଳଙ୍ଗି ପଞ୍ଚାୟତର କତୁରୁ ଗ୍ରାମରୁ ୭ କିଲୋମିଟର ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ସିଟି କେବୁଲକୁ ଦୁର୍ବୁତ୍ତ ମାନେ କାଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି l ଗତକାଲି ବିଳମ୍ବିତ ରାତ୍ରରେ କିଛି ଦୁର୍ବୁତ୍ତ କତୁରୁ ଗ୍ରାମରୁ ଯାଇଥିବା ପ୍ରାୟ ୨ ଲକ୍ଷରୁ ଉର୍ଧ୍ଵ ଟଙ୍କାର ସିଟି କେବୁଲ ତାର କାଟି ନଷ୍ଟ କରିଦେଇଛନ୍ତି l ଯାହା ଫଳରେ ଵିପୁଲିଙ୍ଗି, ମାଧପୁର, ପୋଟଲାମପୁର, ବଉଳଗାଁ ଓ ମହାନାଦପୁର ପଞ୍ଚାୟତର ପ୍ରାୟ ୮ / ୧୦ଟି ଗ୍ରାମର ୫ ହଜାର ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଉକ୍ତ ପଞ୍ଚାୟତ ମାନଙ୍କୁ ଟେଲିଭିଜନ ସେବା ଯୋଗାଇ ଦେବା ପାଇଁ ସିଟି କେବୁଲ ତାର ସଂଯୋଗ କରାଯାଇଥିଲା l ବର୍ତ୍ତମାନ କିଛି ଦୁର୍ବୁତ୍ତ ତାକୁ କାଟି ନଷ୍ଟ କରିଦେବା ଫଳରେ ଲୋକେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ସିଟି କେବୁଲ ଅପରେଟର ମାନେ ଅଭିଯୋଗ କରିଛନ୍ତି l ଏହା ପୁରୁଷୋତ୍ତମପୁର ଅଂଚଳ ର ଜୈନକ ବ୍ୟକ୍ତି ଙ୍କ ପରୋଚନା ରେ ଦୁର୍ବୃତ୍ତ ମାନେ ଏପରି କାଣ୍ଡ କରିଥିବେ ବୋଲି ଅପରେଟର ମାନେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଏଣୁ ଦୋଷୀଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ସେମାନେ ଦାବି କରିଛନ୍ତି l ଏନେଇ ଛତ୍ରପୁର ଥାନା ରେ ସେମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି l


