ମା ଙ୍କୁ ଆକ୍ରମଣ କରି ଘରୁ ଟଙ୍କା,ଚାଉଳ ଲୁଟ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର କୁ ବୁଧବାର ଦିଗପହଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୧୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଚନ୍ଦନ ତାଙ୍କ ମା କୁରି ଙ୍କୁ ଟଙ୍କା ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଅଶ୍ଳିଳ ଭାଷା ରେ ଗାଳି କରି ତଣ୍ଟି ଚିପି ମାଡ଼ ମାରିଥିଲା। ମା ର ପାଟି ଶୁଣି ଚନ୍ଦନ ର  ଭଉଣୀ ସେଠାକୁ ଦୌଡି ଆସିବାରୁ ତାଙ୍କ ଭିଭୋ କମ୍ପାନୀ ର ମୋବାଇଲ ଫୋନ କୁ ସେ ବଳପୂର୍ବକ ଛଡାଇ ନେଇଥିଲା।ପରେ ମୋବାଇଲ ଫୋନ ଟିକୁ ଗ୍ରାମର ଜି.ଆମେଶୁ ପାତ୍ର ଙ୍କୁ ୪ ହଜାର ଟଙ୍କା ରେ ବିକ୍ରି କରିଦେଇଥିଲା।ଗତ ମଙ୍ଗଳବାର ଚନ୍ଦନ ପୁଣି ଘରକୁ ଆସି ଆଲମିରା ରେ ଥିବା ୧୦ ହଜାର ଟଙ୍କା ଏବଂ ୪୫ କେଜି ଚାଉଳ ବଳପୂର୍ବକ ଲୁଟି ନେଇ ଫେରାର ହୋଇଯାଇଥିଲା। ଘରୁ ନେଇଥିବା ଚାଉଳ କୁ ସେ ପାଟପୁର ଗ୍ରାମର ଗ୍ରୋସରି ଦୋକାନୀ ଶିବରାମ ସାହୁ ଙ୍କୁ ୧୧ ଶହ ଟଙ୍କାରେ ବିକ୍ରି କରି ଦେଇଥିଲା। ଏନେଇ ମଙ୍ଗଳବାର ଏତଲା ହେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ବିରୋଧରେ ମକଦ୍ଦମା ରୁଜୁ କରି ଏଏସଆଇ ଝୁନୁୁ ମାଝୀ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ତଦନ୍ତକାରୀ ଅଧିକାରୀ ବୁଧବାର ଅଭିଯୁକ୍ତ କୁ ଗିରଫ କରିବା ସହ ତାର ସୂଚନା ଆଧାରରେ ଗ୍ରାମର ଆମେସୁ ପାତ୍ର ଙ୍କ ଠାରୁ ମୋବାଇଲ ଫୋନ ଏବଂ ପାଟପୁର ଗ୍ରାମର ଦୋକାନୀ ଶିବରାମ ଙ୍କ ଠାରୁ ୪୫ କେଜି ଚାଉଳ ଜବତ କରି ଉଭୟଙ୍କୁ ଥାନାକୁ ଉଠାଇ ଆଣିଥିଲେ।ଥାନାରେ ଆମେସୁ ଏବଂ ଶିବରାମ ଉଭୟଙ୍କୁ ମାମଲାର ତଦନ୍ତ ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବା ସହ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଥିବା ବେଳେ ଅଭିଯୁକ୍ତ ଚନ୍ଦନ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ