ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ବାରାହୀ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ମିତାରାଣୀ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଲମଣୀ ସେଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ୍ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜ ପ୍ରଧ୍ୟାପିକା ସବିନା ଆରା ବେଗମ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓଷ୍ଟା ସମ୍ପାଦକ ରଞ୍ଜନ କୁମାର ଘଡେଇ,ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ନରହରି ପାଣିଗ୍ରାହୀ, ହାଟଡିହି ମଣ୍ଡଳ ହିନ୍ଦୀ ଶିକ୍ଷକ ସଙ୍ଘ ସଭାପତି ପଦ୍ମନାଭ ପଣ୍ଡା ପ୍ରମୁଖ ଯୋଗଦେଇ ହିନ୍ଦୀ ଭାଷା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ କିଭଳି ରାଜ୍ୟ ସ୍ତରରେ ହିନ୍ଦି ଭାଷାର ବିକାଶ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟ୍ୟରେ ବକ୍ତୃତା, ସଂଗୀତ, କବିତା ଆବୃତ୍ତି ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା। ବକ୍ତୃତାରେ ମୟୂରୀ ଦାସ ପ୍ରଥମ, ଲଷ୍ମୀପ୍ରିୟା ଧଳ ଦ୍ୱିତୀୟ, ସାନିଆ ପ୍ରବିନ, ଇତିଶ୍ରୀ ପ୍ରିୟଦର୍ଶିନୀ ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ସଂଗୀତରେ ଗାୟତ୍ରୀ ନାୟକ ପ୍ରଥମ, ଜିଜ୍ଞାସା ପ୍ରିୟଦର୍ଶିନୀ ଜେନା ଦ୍ୱିତୀୟ, ସୌଭାଗିନି ରାଉତ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଆବୃତ୍ତିରେ ମଞ୍ଜୁଳା ରାଣୀ ରାଉତ ପ୍ରଥମ ଶୁଭଦର୍ଶିନୀ ସେଠୀ ଦ୍ୱିତୀୟ, ସସ୍ମିତା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୁତ କରାଯାଇଇଥିଲା l ଶିକ୍ଷକ ଦୁର୍ଯ୍ୟାଧନ ଜେନା, ସତ୍ୟପିର ମହାନ୍ତି, ବିଜୟ କୁମାର ଜେନା, ନରହରି ଜେନା, ଅବକାଶ ଜେନା, ରଜତ କୁମାର ଜେନା, ପୂର୍ଣଚନ୍ଦ୍ର ପୃଷ୍ଟି, ପ୍ରଫୁଲ୍ଲ ମଲ୍ଲିକ, ପାଣ୍ଡବ ସାହୁ, ବିଭୂଭୂଷଣ ପ୍ରଧାନ, ନିବେଦିତା ସିଂ, ଗୀତାଶ୍ରୀ ନାୟକ, ରୁକ୍ମୁଣୀ ମହାପାତ୍ର, ମଞ୍ଜୁଲତା ପ୍ରଧାନ, ସରୋଜିନୀ ଜେନା, ମଧୁସ୍ମିତା, ଶୈଳବାଳା, ଶୁଚିସ୍ମିତା ରାଉତ, ମାମିନା ଜେନା, ଲୋପାମୁଦ୍ରା ସାହୁ, ଜ୍ୟୋସ୍ନାମୟୀ ଭଞ୍ଜ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ l