ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଇଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ୩ୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ୨୩୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ସଷ୍ଟେନେବୁଲ ଏଗ୍ରିକଲଚର,ବର୍ଜ୍ୟବସ୍ତୁ ପରିଚାଳନା, ସବୁଜ ଶକ୍ତି, ଏମରର୍ଜିଂ ଟେକନୋଲୋଜି, ଗଣିତ ପ୍ରକଳ୍ପ, ସ୍ୱାସ୍ଥ୍ୟରକ୍ଷା, ଜଳ ସଂରକ୍ଷଣ ଓ ପରିଚାଳନା ପ୍ରଭୃତି ପ୍ରକଳ୍ପ ଗୁଡିକ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ସ୍ତରକୁ ୭ଟି ପ୍ରକଳ୍ପ ମନୋନିତ ହୋଇଛି। ଏଥିମଧ୍ୟରୁ ଗଣିତ ପ୍ରକଳ୍ପରେ ଫକିରାବାଦ ଉର୍ଦ୍ଦୁ ଉ.ପ୍ରା. ବିଦ୍ୟାଳୟର ୩ୟ ଶ୍ରେଣୀ ଛାତ୍ରୀ ସନାୟା ଫିରଦୋଷଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପ୍ରକଳ୍ପର ଗାଇଡ ଟିଚର ଶେଖ ମନସୁଲ ଅଲ୍ଲୀ ଥିଲେ। ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀ ସନାୟା ଫିରଦୋଷଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ