ଅପ୍ରେଲ ୨୪ରୁ ୨୬ ମଙ୍ଗଳା ମହୋତ୍ସବ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ମହୋତ୍ସବ ସେହି ଅଞ୍ଚଳକୁ ଏକତା ସୂତ୍ରରେ ଯୋଡି ରଖେ। ଭାଇଚାରା କୁ ବଢାଏ। ଅଞ୍ଚଳର ବଣମଲ୍ଲୀକୁ ପ୍ରସ୍ଫୁଟିତ କରାଇବାରେ ସହଯୋଗ କରେ ବୋଲି ଅତିଥି କହିଛନ୍ତି।ପୁରୀ ଜିଲ୍ଲା କାକଟପୁର ଜଳସେଚନ ଡାକବଙ୍ଗଳା ଠାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକ ରେ ବିଧାୟକ ତୁଷାରକାନ୍ତି ବେହେରା ଙ୍କ ତତ୍ତ୍ୱବଧାନ ରେ ମଙ୍ଗଳା ମହୋତ୍ସବ ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅପ୍ରେଲ ୨୪ରୁ ୨୬ତାରିଖ ୩ ଦିନ ବ୍ୟାପି ଆୟୋଜିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି।ଏହି ପ୍ରସ୍ତୁତି ବୈଠକ ରେ ମହୋତ୍ସବ କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ