ଜିଲ୍ଲା କଂଗ୍ରେସ୍ ସଭାପତି ହେଲେ ମନୋଜ
ହାଟଡିହି (ଓ୍ବାଇଏନଏସ): ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଜିଲ୍ଲା କଂଗ୍ରେସ୍ ର ମଙ୍ଗୁଆଲ କିଏ ହେବ ତାକୁ ନେଇ ଛକାପଞ୍ଝ ଲାଗିରହିଥିବା ବେଳେ ଶେଷରେ ଜୟଦେବ ଜେନାଙ୍କ ପୁଅ ମନୋଜ ଜେନା (ଟିକିନା) ନାମରେ ମୋହର ବାଜିଛି। ଅଲ ଇଣ୍ଡିଆ କଂଗ୍ରେସ୍ କମିଟି ଆଜି ୨୨ଟି ଜିଲ୍ଳାର ସଭାପତିଙ୍କ ନାମ ଘୋଷଣା କରିଥିବା ବେଳେ କେନ୍ଦୁଝର ଜିଲ୍ଲା ପାଇଁ ମନୋଜ ଙ୍କ ନାମ ଘୋଷଣା କରାଯାଇଛି। ମନୋଜ ଜେନାଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯିବା ପରେ କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି। ଜିଲାରେ କଂଗ୍ରେସ୍ କୁ ଅଧିକ ଶକ୍ତିଶାଳୀ କରିବା ଓ ସଂଗଠନକୁ ଆଗେଇ ନେବାରେ ମନୋଜ ସକ୍ଷମ ହେବେ ବୋଲି କର୍ମୀମାନେ କହିଛନ୍ତି।