ବିଜେପିରେ ମିଶିଲେ ପୁର୍ବତନ ସରପଞ୍ଚଙ୍କ ସମେତ ଅନେକ କର୍ମୀ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ବଡରମ୍ପାସ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବଡରମ୍ପାସ ପଞ୍ଚାୟତ ର ପୁର୍ବତନ ସରପଞ୍ଚ ତଥା ପୂର୍ବତନ ସମିତି ସଭାପତି ଉପେନ୍ଦ୍ର ସେନାପତି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିଲେ। ସେହିପରି ଦାମୋଦର ଆୟଚ, ସଞ୍ଜୟ ମହାପାତ୍ର, ମଧୁସୂଦନ ଜେନା, କ୍ଷୀରୋଦ ସା, ଅର୍ଜୁନ ଜେନା, ସନ୍ତୋଷ ସେନାପତି ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ। ସାଂସଦ ଅନନ୍ତ ନାୟକ ସେମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୀମସେନ ପେରେଇ, ଚନ୍ଦ୍ର ଶେଖର ଜେନା, ଶେଖର ପେରେଇ, କାଳନ୍ଦୀ ପେରେଇ, ଜ୍ଞାନେନ୍ଦ୍ର ସାହୁ, ବିଜୟ କୁମାର ଜେନା, ଟୁକୁନା ରଣା, କାଳୁ ପଣ୍ଡା, ଧନେଶ୍ୱର ସ୍ବାଇଁ, ହେମନ୍ତ ପେରେଇ, ସୁରେନ୍ଦ୍ର ଦାସ, ଅଲେଖ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


