ମାରଦା ମହୋତ୍ସବ – ୨୦୨୬ ଉଦଘାଟିତ

ପୋଲସରା(ଅନୀଲ କୁମାର ମହାରଣା): ଶରଣ ଶ୍ରୀ କ୍ଷେତ୍ର ମାରଦା ମହୋତ୍ସବ – ୨୦୨୬ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ସ୍ଥିତ ମାରଦା ପୀଠରେ ମକର ସଂକ୍ରାନ୍ତି ଅବସରରେ ଜଗନ୍ନାଥଙ୍କ ନିକଟରୁ ମହାପ୍ରଭୁଙ୍କ ଦିବ୍ଯଦୀପ ଆଣିବା ପରେ ଉଦଘାଟିତ ହୋଇଯାଇଛି। ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବର ସଭାପତି ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉଦଘାଟନ କରିଥିଲେ। ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ମାରଦାର ଶ୍ରୀ ଜଗନ୍ନାଥ ସଂସ୍କୃତି, ଗୌରବମୟ ଇତିହାସ ଉପରେ ଆଲୋକପାତ କରିବା ସହିତ କିଭଳି ଭାବେ ମାରଦା ମନ୍ଦିର ଉନ୍ନତି ହୋଇପାରିବ ତାହାକୁ ନେଇ ସୁଚିନ୍ତିତ ମତାମତ ଦେଇଥିଲେ। ଆଠଗଡ ମହାରାଜା ଦୁର୍ଗାଶଙ୍କର ପ୍ରସାଦ ହରିଚନ୍ଦନ ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଶରଣ ଶ୍ରୀକ୍ଷେତ୍ର ମାରଦାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ, ସିଡିଓ ବିଜୟ କୁମାର ବେହେରା, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଡ଼ଃ ଶିବାଶିଷ ବରାଳ,  ଡୁଡା ପିଡି ସୁନୀଲ କୁମାର କେରକେଟା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ, ତହସିଲଦାର ଦିପ୍ତିମୟୀ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର, ଭାରପ୍ରାପ୍ତ ଥାନା ଅଧିକାରୀ କୌଶିକ ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା, ମହନ୍ତ ସୁନ୍ଦର ରାମଦାସ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିବା ବେଳେ ମନ୍ତ୍ରୀଙ୍କ ସହଧର୍ମିଣୀ ସସ୍ମିତା ମଲ୍ଲିକ, କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା, ସମୀକ୍ଷକ ଦୀପକ ପ୍ରଧାନ, ଏମପି ପ୍ରତିନିଧି ଶରତ ପାଣିଗ୍ରାହୀ, କେ ନୀଳମାଧବ ଆଚାରୀ ମଞ୍ଚାସିନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା  ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହାସହିତ ସ୍ଥାନୀୟ କଳାକାର ଓ ପ୍ରସିଦ୍ଧ ଗାୟକ ସୁଜ୍ଞାନୀ ମହାପାତ୍ର ଏବଂ ତାଙ୍କ ସାଥି କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୋତିରାମ ସାହୁ, ଭବାନୀଶଙ୍କର ରଥ, ଶ୍ୟାମସୁନ୍ଦର ସାହୁ, ଦେବାଶିଷ ସ୍ବାଇଁ , କାମ୍ପ ବାଢେଇ, କୃଷ୍ଣ ଚନ୍ଦ୍ର ଜେନା, ଗୋପିନାଥ ସ୍ବାଇଁ, ମନୋଜ ଖଟୁଆ ସମେତ ମାରଦା ମନ୍ଦିର ଉନ୍ନୟନ ପରିଷଦର ସଦସ୍ୟ ଓ ପୋଲିସ ପ୍ରଶାସନଙ୍କ ମିଳିତ ସହଯୋଗରେ ମହୋତ୍ସବର ପ୍ରଥମ ଦିବସ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବାରୁ ବିଡ଼ିଓ ଶଶିଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୋଲସରା ବ୍ଲକ ଓ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସରକାରୀ ଓ ବେସରକାରୀ ଭାବେ ଆସିଥିବା ଷ୍ଟଲର ମଜା ଦର୍ଶକ ମାନେ ଉଠାଇଥିଲେ। ଆଦାନୀ ଗୃପ ଅଫ୍ କମ୍ପାନୀ ପକ୍ଷରୁ ମନ୍ଦିର ଉନ୍ନତି ପାଇଁ ୭୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ