ଜାନୁଆରୀ ୧୪ରୁ ୧୬ ମାରଦା ମହୋତ୍ସବ

ପୋଲସରା, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ମଥୁରା ପଞ୍ଚାୟତରେ ଅବସ୍ଥିତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଚଳିତ ବର୍ଷ ୨୦୨୬ ଜାନୁଆରୀ ୧୪, ୧୫ ଓ ୧୬ ତାରିଖ ତିନିଦିନ ଧରି ମାରଦା ମହୋତ୍ସବ ଅନୁଷ୍ଠିତ ହେବ। ମୁସଲମାନଙ୍କ ପୁରୀ ଶ୍ରୀମନ୍ଦିର ଆକ୍ରମଣ ସମୟରେ ପୁରୀ ଗଜପତି ମହାରାଜାଙ୍କ ଅନୁରୋଧ କ୍ରମେ ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ଆଠଗଡ଼ ରାଜା ଜଙ୍ଗଲ ମଧ୍ୟରେ ମାରଦା ମନ୍ଦିର ନିର୍ମାଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲୁକାୟିତ ଭାବେ ରଖି ପୂଜାର୍ଚ୍ଚନା କରୁଥିଲେ। ଏହି ପବିତ୍ର ମାରଦା ମନ୍ଦିରରେ ପ୍ରାୟ ଦୁଇବର୍ଷ ଛଅମାସ ସମୟ ଧରି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଚାଲିଥିଲା। ଆକ୍ରମଣ ଆଶଙ୍କା ଦୁରହେବା ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ଫେରିଥିଲେ। ଶ୍ରୀ ଜଗନ୍ନାଥଙ୍କ ଏହି ଲୀଳାସମୟକୁ ମନେରଖିବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତି ଠାରୁ ତିନି ଦିନ ପାଇଁ ମାରଦା ମହୋତ୍ସବ ଅନୁଷ୍ଠିତ ହେଉଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ