ଚୋରାମଦ ସହ ଗଞ୍ଜେଇ ଜବତ,୪ମହିଳା ସମେତ ୬ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଆଳି ଓ ଜମ୍ବୁ ମେରାଇନ ଥାନା ଅଧିନିସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗୋପ ଗ୍ରାମର ଚିଞ୍ଜରଞ୍ଜନ ସେନାପତି(୪୮)ଙ୍କ ଠାରୁ ୩.୫ କିଲୋଗ୍ରାମ ଗଞ୍ଜେଇ ସହ ଗୋଟିଏ ମୋଟର ସାଇକେଲ, ପ୍ରଭାକରପୁର ଗ୍ରାମର ମୁଖୀ ରାଉତ (୫୫)ଙ୍କ ଠାରୁ ୫୪୦ ଲିଟର ଦେଶୀ ରନ୍ଧା ମଦ, ପୁନି ରାଉତ (୪୫)ଙ୍କ ଠାରୁ ୬୭୧ ଲିଟର ଦେଶୀ ରନ୍ଧାମଦ, ଆଶା ରାଉତ(୪୯)ଙ୍କ ଠାରୁ ୭୨୧ ଲିଟର ଦେଶୀ ରନ୍ଧାମଦ, ରାଇବାରୀ ରାଉତ(୫୧)ଙ୍କ ଠାରୁ ୪୨୧ ଲିଟର ଦେଶୀ ରନ୍ଧାମଦ ଓ ଆସ୍ତିକ ମଣ୍ଡଳ(୩୧)ଙ୍କ ଠାରୁ ୩୦୭ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୨୦୪୬ ଲିଟର ଦେଶୀ ଦେଶୀ ରନ୍ଧା ମଦ, ୩.୫ କିଲୋ ଗ୍ରାମ ଗଞ୍ଜେଇ ଓ ଏକ ଗୋଟି ମୋଟର ସାଇକଲ ଜବତ କରାଯାଇ ୪ ମହିଳା ସମେତ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ ଏବଂ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ