ପୋଡ଼ାମାରି ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ: ଦୁଇ ଅଣଓଡ଼ିଆ ଯୁବକ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ  ରୁ ବୁଧବାର ସକାଳେ ପାଟପୁର ଥାନା ପୁଲିସ ଟିମ୍ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।ଏହି ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଥିବା କେନ୍ଦ୍ରୀୟ ନୂଆଦିଲ୍ଲୀ ପଟେଲ ନଗର ର ଦୁଇଜଣ ଅଣଓଡ଼ିଆ ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।ଅଟକ ଯୁବକ ଦ୍ବୟ ହେଲେ ରିତେଶ ମାଲହୋତ୍ରା ଏବଂ ସବୀର କୁମାର।ପାଟପୁର ଥାନା ଏସ ଆଇ ଶ୍ରୀନିବାସ ଦାସ ସଦଳବଳେ ବୁଧବାର ସକାଳେ ତପ୍ତପାଣି,ଟି.ଗୋବିନ୍ଦପୁର ପ୍ରଭୃତି ଇଲାକାରେ ରାତ୍ରୀକାଳୀନ ପାଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ଯୁବକ ଦ୍ୱୟ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରେ ସନ୍ଦେହଜନକ ଭାବେ ଠିଆ ହୋଇଥିଲେ।ପୁଲିସ କର୍ମଚାରୀ ମାନେ ଉଭୟଙ୍କୁ ପଚରାଉଚୁରା କରିଥିଲେ।ସେମାନେ ବ୍ରହ୍ମପୁର ଯିବାପାଇଁ ବସ କୁ ଅପେକ୍ଷା କରିଥିବା କହିଥିଲେ। ଉଭୟଙ୍କ କଥାବାର୍ତ୍ତା ରେ ଫରକ ରହିବାରୁ ସେମାନେ ଧରିଥିବା ଏୟାର ବ୍ୟାଗ କୁ ପୁଲିସ କର୍ମଚାରୀ ମାନେ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।ଉଭୟ ଙ୍କୁ ପୁଲିସ ଟିମ୍ ଥାନା କୁ ଉଠାଇ ଆଣିଥିଲେ।ଏନେଇ ଏତଲା ହେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୫/୨୬ ଅନୁଯାୟୀ ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଥାନାରେ ଅଟକ ଅଭିଯୁକ୍ତ ଦ୍ବୟ ଙ୍କୁ ଗୁରୁବାର ବ୍ରହ୍ମପୁର ସ୍ଥିତ ଜିଲ୍ଲା ଦୌରାଜଜ କୋର୍ଟ କୁ ଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ