୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଅତ୍ୟନ୍ତ ଗୋପନୀୟ ଭାବେ ଗଛିତ ଥିବା 20 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ପୋଲିସ ଟିମ କୌଣସି ସୂତ୍ରରୁ ଖବର ପାଇ ବୁଢାଡିହ ଗ୍ରାମରେ ଚଢ଼ଉ କରି ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 70 କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଛନ୍ତି. ଜବତ ଗଞ୍ଜେଇର ମୂଲ୍ୟ 20 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି. ଏହି ଘଟଣାରେ ଗଞ୍ଜେଇ ଚୋରାଚାଲାଣକାରୀ ଏଣ୍ଡ୍ରିୟ ମଣ୍ଡଳଙ୍କୁ ଏନଡିପିଏସ ଧାରାରେ ପୋଲିସ ଗିରଫ କରିବା ସହ ଅଡବା ଥାନାରେ କେଶ ନଂ 66/26ରେ ମକଦ୍ଦ୍ୱମା ରୁଜୁ ହୋଇ ତଦନ୍ତ ଜାରି ହୋଇଥିବା ସୂଚନା ମିଳିଛି.


